୧୩ ଲକ୍ଷ ଟଙ୍କାର ଜାଲ ନୋଟ ଜବତ
ଭୁବନେଶ୍ୱର: ଯାଜପୁରରୁ ୧୩ ଲକ୍ଷ ୧୭ହଜାର ୫ଶହ ଟଙ୍କାର ଜାଲ ନୋଟ ଜବତ ହୋଇଛି । ଜବତ ହୋଇଥିବା ଟଙ୍କା ମଧ୍ୟରେ ଶହେ,ଦୁଇଶହ ଏବଂ ପାଞ୍ଚ ଶହ ଟଙ୍କିଆ ନୋଟ ଜବତ ହୋଇଛି । ଏଭଳି ଏକ ଘଟଣାଟି ଯାଜପୁର ଟାଉନ ଥାନା ଅନ୍ତର୍ଗତ ସନ୍ଥମାଧବ ଅଞ୍ଚଳର ଚନ୍ଦ୍ରମଣି ବଳଙ୍କ ଘରେ, ଶ୍ରୀ ବଳଙ୍କ ଘରୁ ଏହି ନୋଟ ଜବତ ହୋଇଛି । ଏହି ବ୍ୟକ୍ତି ଜଣକ ମଙ୍ଗଳପୁର ଥାନା ଅନ୍ତର୍ଗତ ଛଞ୍ଚିନା ଗ୍ରାମର ବୋଲି ଜଣା ପଡ଼ିଛି । ଶାନ୍ତନୁ ପତି ନାମକ ଘରେ ଏହି ବ୍ୟକ୍ତି ଭଡ଼ାରେ ରହୁଥିଲେ ।
Powered by Froala Editor