ଜମ୍ମୁ କଶ୍ମୀରରେ ପୁଣି ଭୂମିକମ୍ପ

କାଶ୍ମୀରରେ ଦ୍ବିତୀୟ ଥର ପାଇଁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରହିଛି । ଫ୍ୟାଜାବାଦରୁ ୮୪ କିମି ଦୂର ଏବଂ ୨୦୧ କିମି ଗଭୀର ଏହାର କେନ୍ଦ୍ରସ୍ଥଳ ଆକଳନ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ୪ ଦିନ ପୂର୍ବରୁ ଅର୍ଥାତ ଡିସେମ୍ବର ୨୭ ତାରିଖରେ କାଶ୍ମୀରରେ ୫.୩ ମ୍ୟାଗ୍ନିଟ୍ୟୁଡ୍ ଭୂକମ୍ପ ଅନୁଭୂତ ହୋଇଥିଲା । ଭାରତ ସମେତ, ପାକିସ୍ତାନ ଏବଂ ଚୀନରେ ମଧ୍ୟ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ଆଜି ପୁଣି ଥରେ ଭୂମିକମ୍ପ ତୀବ୍ରତାରେ ଥରିଛି କାଶ୍ମୀର ।
Powered by Froala Editor