୧୫ ବର୍ଷ ବୟସରେ ଗ୍ରାଜୁଏସନ୍ ଶେଷ

ମାତ୍ର ୧୫ ବର୍ଷ ବୟସରେ ଗ୍ରାଜୁଏସନ୍ ଶେଷ କରି ବାପା, ମା’ଙ୍କୁ ଗର୍ବିତ କରିଛନ୍ତି ଜ୍ୟାକ୍ ରିକୋ । ସେ ମାତ୍ର ୪ ବର୍ଷ ଭିତରେ ୫ଟି ଡିଗ୍ରୀ ହାସଲ କରିବା ସହିତ ୧୫ ବର୍ଷ ବୟସରେ ଗ୍ରାଜୁଏସନ୍ ପାସ୍ କରିଛନ୍ତି ।
କାଲିଫର୍ନିଆର ଜ୍ୟାକ୍ ରିକୋ ତାଙ୍କ ମାଙ୍କ ଦ୍ୱାରା ଘରେ ପରିଚାଳିତ ହେଉଥିବା ସ୍କୁଲରେ ପାଠ ପଢୁଥିଲେ। ସେ ପାଠ ପଢା ଆରମ୍ଭରୁ ସ୍କୁଲରୁ ପଳାଇ ଯାଉଥିଲେ ହେଲେ ସମୟାନୁକ୍ରମେ ଚାରି ବର୍ଷ ବୟସରେ ସେ ଠିକ୍ ଭାବରେ ପାଠ ପଢା ଆରମ୍ଭ କରିଥିଲେ । ଯେତେବେଳେ ତାଙ୍କୁ ୧୧ ବର୍ଷ ହୋଇଥିଲା, ସେ ଫୁଲରଟନ୍ କଲେଜରେ ଆଡମିଶନ ପାଇଁ ଏକ ପରୀକ୍ଷା ଦେଇଥିଲେ, ଯେଉଁଥିରେ ସେ ସର୍ବାଧିକ ମାର୍କ ପାଇ ସିଲେକ୍ଟ ହୋଇଥିଲେ । ଏହି କାରଣରୁ ସେ କଲେଜ ସ୍ତରୀୟ ପାଠ୍ୟକ୍ରମରେ ଆଡମିଶନ ପାଇଲେ । ଏହାରି ଭିତରେ ମାତ୍ର ୨ ବର୍ଷରେ ସେ ୪ଟି ଆସୋସିଏଟ୍ ଡିଗ୍ରୀ ହାସଲ କରିବା ସହିତ ଇତିହାସ, ସାମାଜିକ ବ୍ୟବହାର, ହ୍ୟୁମାନ୍ ଏକ୍ସପ୍ରେସନ୍ ଓ ସାମାଜିକ ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ । ଏବେ ସେ କାଲିଫର୍ଣ୍ଣିଆ କଲେଜରୁ ଗ୍ରାଜୁଏସନ୍ ପାସ୍ କରିବା ସହିତ ୫ମ ଡିଗ୍ରୀର ଅଧିକାରୀ ହୋଇଛନ୍ତି ।
Powered by Froala Editor