ଶୁଲିଆ ଯାତ୍ରା: ବଳି ପଡ଼ିବ, ସାଂସ୍କୃତିକ କାର୍ଯ୍ୟକ୍ରମ ହେବନି

ବଲାଙ୍ଗୀର: କୋଭିଡ୍ କଟକଣାରେ ଶୁଲିଆ ଯାତ୍ରା ସମ୍ପନ୍ନ ହେବ । ପାରମ୍ପରିକ ରୀତିନୀତି ଅନୁଯାୟୀ ବଳି ପଡ଼ିବ । ହେଲେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବନି । ଦୋକାନ ବଜାର ବସିବା ଉପରେ ପ୍ରଶାସନ ନିଷ୍ପତ୍ତି ନେବ । ମିଳିତ ଶୁଲିଆ ମଞ୍ଚ ପକ୍ଷରୁ ଆୟୋଜିତ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ର ପ୍ରସିଦ୍ଧ ଶୁଲିଆ ଯାତ୍ରା ଆସନ୍ତା ଜାନୁଆରୀ ୧୧ ତାରିଖ ଦିନ ଅନୁଷ୍ଠିତ ହେବ । ଏଥିପାଇଁ ବୁଧବାର ପ୍ରସ୍ତୁତି ବୈଠକ ବସିଥିଲା । ଏଥିରେ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ୧୨ଟି ପଞ୍ଚାୟତ ଅନ୍ତର୍ଗତ ୬୩ଟି ଗାଁର ଲୋକେ ଯୋଗଦେଇ ମତାମତ ଦେଇଥିଲେ । ମିଳିତ ମଞ୍ଚ ସଭାପତି ତଥା ଆଦିବାସୀ ନେତା ମୟ ପ୍ରଧାନୀ ଯାତ୍ରା ବିଷୟରେ ସବିଶେଷ ସୂଚନା ଦେଇଥିଲେ ।
ଦେଓଗାଁ ବ୍ଲକ୍ କୁଲୁତାପଡ଼଼ା ପଞ୍ଚାୟତ ଖଇରଗୁଡ଼ା ଓ କୁମୁରିଆ ଗାଁରେ ପ୍ରତିବର୍ଷ ପୌଷ ମାସ ଶୁକ୍ଳ ପକ୍ଷର ପ୍ରଥମ ମଙ୍ଗଳବାର ଦିନ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଦିବାସୀ ପରମ୍ପରା ଅନୁସାରେ ଏହି ଯାତ୍ରାରେ ଫୁଲ, ଦୁବ, ନଡ଼ିଆ ଭୋଗ ସହ ପୋଢ଼, ମେଣ୍ଢା, ବୋଦା ଆଦି ବଳି ଦେଇ ମାନସିକଧାରୀମାନେ ପୂଜାର୍ଚ୍ଚନା କରିଥାନ୍ତି । ଏହି ପରମ୍ପରା ଦୀର୍ଘ ବର୍ଷ ଧରି ପାଳନ ହୋଇଆସୁଛି । ଲୋକମାନେ ଏହି ଯାତ୍ରାକୁ ଧୁମ୍ଧାମ୍ରେ ପାଳନ କରନ୍ତି ।
Powered by Froala Editor