ଫୋନ୍ ଟ୍ୟାପିଂ କରୁଛନ୍ତି ଯୋଗୀ ସରକାର: ପି୍ରୟଙ୍କା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାୟବରେଲି ଗସ୍ତରେ ଥିବା କଂଗ୍ରେସ ମହାସଚିବ ପି୍ରୟଙ୍କା ଗାନ୍ଧି ଭଦ୍ରା ରାଜ୍ୟ ସରକାର ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । କହିଛନ୍ତି କି ସରକାର ତାଙ୍କ ଫୋନ୍ ଟ୍ୟାପିଂ କରୁଛନ୍ତି । ସେ କାହା ସହିତ କ’ଣ କଥାବାର୍ତ୍ତା ହେଉଛନ୍ତି ତାହା ସରକାର ଶୁଣୁଛନ୍ତି ।
ଗଣମାଧ୍ୟମକୁ ପି୍ରୟଙ୍କା କହିଛନ୍ତି ସରକାରଙ୍କ କାମ କ’ଣ? ରାସ୍ତାଘାଟ ଓ ହସ୍ପିଟାଲ ନିର୍ମାଣ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣି ତାର ସମାଧାନ କରିବା ହେଉଛି ସରକାରଙ୍କ କାମ । କିନ୍ତୁ ବର୍ତ୍ତମାନର ସରକାର ତାଙ୍କ ଫୋନ୍ ଟ୍ୟାପିଂ କରି ଶୁଣୁଛନ୍ତି । ଏଥିସହିତ ସେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଉପରେ ଖୁବ ବର୍ଷିଛନ୍ତି । କହିଛନ୍ତି ମାୟାବତୀଙ୍କୁ ଆଉ ପ୍ରଚାର ମଇଦାନରେ ଦେଖିବାକୁ ମିଳୁନାହିଁ । ଅଖିଳେଶ ଦୁଇ ମାସ ହେଲା ପ୍ରଚାର ଚଳାଇଛନ୍ତି । କିନ୍ତୁ କଂଗ୍ରେସ ଏକାକି ରାଜ୍ୟ ସରକାରଙ୍କ ବିରୋଧରେ ଲଢ଼ୁଥିବା ପି୍ରୟଙ୍କା କହିଛନ୍ତି ।
Powered by Froala Editor