ହଷ୍ଟେଲରୁ ସୁଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ରାଇଫଲ ଉପହାର ଦେଇଥିଲେ ସୋନୁ

କୋଲକାତାର ଏକ ହଷ୍ଟେଲରୁ ସୁଟର କୋନିକା ଲାୟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ୨୬ ବର୍ଷୀୟା କନିକା କୋଲକାତାରେ ସୁଟିଂ ପାଇଁ ତାଲିମ ନେଉଥିଲେ । ଏହା ପୂର୍ବରୁ ସେ ଗୁଜରାଟର ଅହମ୍ମଦାବାଦରେ ମଧ୍ୟ ଟ୍ରେନିଂ ନେବାକୁ ଯାଇଥିଲେ । ତେବେ ଏହି ସମୟରେ ତାଙ୍କ ସହ ଅସଦାଚରଣ ହୋଇଥିବା ଅଭିଯୋଗ ଆସିଥିଲା ।
ଝାଡ଼ଖଣ୍ଡରେ ଜନ୍ମଗ୍ରହଣ କରିଥିବା ସୁଟର କୋନିକା ଲାୟକ ଜୁନ ମାସରେ ଚର୍ଚ୍ଚାକୁ ଆସିଥିଲେ। ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କୁ ୨.୭୦ ଲକ୍ଷ ଟଙ୍କାର ଜର୍ମାନ ରାଇଫଲ ଦେବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କନିକାଙ୍କ ହେଉଛନ୍ତି ବିହାର ଧନବାଦର ବାସିନ୍ଦା । ୨୦୨୨ ଫେବୃଆରୀରେ ତାଙ୍କର ବିବାହ ମଧ୍ୟ ହେବାର ଥିଲା । ହେଲେ ସେ ଆତ୍ମହତ୍ୟା କରିଥିବା ଖବର ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି ।
ସୂଚନା ମୁତାବକ, କୋନିକା କୋଲକାତାର ରହି ପୂର୍ବତନ ଅଲିମ୍ପିଆନ୍ ଏବଂ ଅର୍ଜୁନ ପୁରସ୍କାର ବିଜେତା ଜୟଦୀପ କରମାକରଙ୍କଠାରୁ ସହ ତାଲିମ ନେଉଥିଲେ ବୋଲି ଜଣାପଡ଼ିଛି। ୪ମାସ ମଧ୍ୟରେ ଏହା ହେଉଛି ଭାରତୀୟ ସୁଟରଙ୍କ ଚତୁର୍ଥ ଆତ୍ମହତ୍ୟା ଘଟଣା। କୋନିକାଙ୍କ ପୂର୍ବରୁ ଖୁସସୀରତ କୌର ସନ୍ଧୁ, ହୁନରଦୀପ ସିଂ ସୋହଲ ଏବଂ ନମନବୀର ସିଂ ବ୍ରାର ଆତ୍ମହତ୍ୟା କରିସାରିଛନ୍ତି।
Powered by Froala Editor