ଟିକା ନେଇନଥିଲେ ଭାରି ପଡ଼ିବ : ଚାକିରିରୁ ବିଦା କରିଦେବ ଗୁଗୁଲ

କୋଭିଡ ଟିକା ନନେଲେ ଚାକିରିରୁ ବିଦା କରି ଦିଆଯିବ । ନିଜ କର୍ମଚାରୀଙ୍କୁ ଏଭଳି ଚେତାବନୀ ଶୁଣାଇଛି ଗୁଗୁଲ । ଜାନୁଆରୀ ୧୮ ସୁଦ୍ଧା ଟିକାକରଣ ନିୟମ ପାଳନ କରି ନଥିବା କର୍ମଚାରୀମାନଙ୍କୁ ବିଭିନ୍ନ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିବ। ସେମାନଙ୍କର ମାସିକ ଦରମା ହ୍ରାସ ପାଇବା ସହ ଚାକିରି ଯିବାର ମଧ୍ୟ ସମ୍ଭାବନା ରହିଛି ବୋଲି ଗୁଗୁଲ୍ ପକ୍ଷରୁ କୁହାଯାଇଛି।
ଜାନୁଆରି ୧୮ ସୁଦ୍ଧା ଟିକା ନେଇ ନଥିବା କର୍ମଚାରୀଙ୍କୁ ପ୍ରଥମେ ୩୦ ଦିନ ପାଇଁ “ବେତନ ପ୍ରଶାସନିକ ଛୁଟି” ରେ ରଖାଯିବ, ଏହା ପରେ ଛଅ ମାସ ପର୍ଯ୍ୟନ୍ତ “ଅବୈତନିକ ବ୍ୟକ୍ତିଗତ ଛୁଟି”ରେ ରଖାଯିବ । ଆବଶ୍ୟକ ପଡିଲେ ସେମାନଙ୍କୁ ଚାକିରିରୁ ବରଖାସ୍ତ କରାଯିବ ବୋଲି ଗୁଗୁଲ ଚେତାବନୀ ଦେଇଥିବା ସିଏନବିସି ରିପୋର୍ଟରେ ପ୍ରକାଶ ପାଇଛି । ଏ ନେଇ ଗୁଗୁଲ୍ ଏକ ମେମୋ ସର୍କୁଲାର ଜାରି କରିଛି ।
ଅନ୍ୟପଟେରେ, ୱାର୍କଫର୍ମ ହୋମ ତଥା ଘରୁ ରହି କାମ କରୁଥିବା ସେବାକୁ ସ୍ଥଗିତ କରାଯାଇଛି । ଏନେଇ ଅଗଷ୍ଟ ମାସରେ ଗୁଗୁଲ କହିଛି ଯେ ଏହା ନୂଆ ବର୍ଷରେ ୧୦ ଜାନୁଆରୀରୁ ସପ୍ତାହରେ ଅତି କମରେ ତିନି ଦିନ ଅଫିସରୁ କାମ କରିବେ । ଯାହା ପରେ ଘରେ ରହି କାମ କରିବା ନିୟମ ବନ୍ଦ ହେବ । କରୋନା ଟୀକାକରଣର ଉଭୟ ଡୋଜ୍ ନେବା ପରେ ମଧ୍ୟ ପ୍ରାୟ ୪୦% ଆମେରିକୀୟ କର୍ମଚାରୀ ଗତ ସପ୍ତାହରେ ଅଫିସ୍କୁ ଫେରିଛନ୍ତି। କିନ୍ତୁ ବର୍ତ୍ତମାନ ଓମିକ୍ରନ୍ କାରଣ ହେତୁ ଘରୁ ରହି କାମ କରିବା ଭଳି ପୁଣି ସମସ୍ୟା ହୋଇଛି ।
Powered by Froala Editor