ଆଜି ଦେଶରେ କରୋନା ନେଲା ୨୪୭ମୁଣ୍ଡ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ମୃତୁ୍ୟ ସଂଖ୍ୟାରେ ସାମାନ୍ୟ ବ୍ରେକ ଲାଗିଛି । ଆଜି ଦେଶରେ ୬ହଜାର ୯୮୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୪୭ଜଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବୀଭାଗେ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ଲକ୍ଷ ୭୬ହଜାର ୧୩୫କୁ ବୃଦ୍ଧି ପାଇଛି । ମୃତୁ୍ୟ ହାର ୧.୩୭ ପ୍ରତିଶତ ରହିଛି ।
ଏହି ସମୟ ମଧ୍ୟରେ ୭ହଜାର ୧୬୮ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୩୮ପ୍ରତିଶତ ରହିଛି । ଅପରପକ୍ଷରେ ସକ୍ରିୟ ମାମଲା ୮୭ହଜାର ୫୬୨ ରହିଛି । ସକ୍ରିୟ ମାମଲା ୦.୨୬ ପ୍ରତିଶତରେ ପହଞ୍ଚିଛି ।
ଗତ ୨୪ଘଣ୍ଟାରେ ଦେଶରେ ୬ହଜାର ୯୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ କେରଳରୁ ୩,୩୭୭ଜଣ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୧୩୪ କୋଟି ୬୧ଲକ୍ଷ ୧୪ହଜାର ୪୮୩ଜଣଙ୍କୁ ଟିକାଦାନ ସରିଛି । ଗତ ୨୪ଘଣ୍ଟାରେ ୬୮ଲକ୍ଷ ୮୯ହଜାର ୨୫ଜଣଙ୍କୁ ଟିକାଦାନ କରାଯାଇଛି ।
Powered by Froala Editor