Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, March 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମହାରାଷ୍ଟ୍ରରୁ ବିଜେପି ରାଜ୍ୟସଭା ପାଇଁ ୪ ...

  • ଏହି କାରଣରୁ ଧୋନୀଙ୍କୁ ନୋଟିସ ଜାରି

  • ଇରାନୀୟ ଜାହାଜ ଉପରେ ଆକ୍ରମଣ: ୧୦୧ ନିଖୋଜ, ...

  • ଲାଗିରହିଛି ଯୁଦ୍ଧ: ଭାରତୀୟ ସେୟାର ବଜାରରେ ...

  • ସୁରକ୍ଷିତ ଭାବେ ଭାରତ ଫେରିଲେ ପିଭି ...

  • ଗେରାଶ ସହରରେ ଶକ୍ତିଶାଳୀ ଭୂମିକମ୍ପ, ଲୋକେ ...

  • ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ...

  • ନିୟମିତ ମିଶ୍ରି ଖାଇଲେ ଦୃଷ୍ଟିଶକ୍ତିଜନିତ ...

  • ଯୁକ୍ତରାଷ୍ଟ୍ରର ପୃଥିବୀର ସବୁଠାରୁ ...

  • ଟେଲିଫୋନରେ ନେତାନ୍ୟାହୁ ଓ ମୋଦୀଙ୍କ ...

Home ›› ››ବିଜେପି ନେତାଙ୍କୁ ସଦବୁଦ୍ଧି ଦେବାକୁ ବିଜେଡିର ପ୍ରାର୍ଥନା

ବିଜେପି ନେତାଙ୍କୁ ସଦବୁଦ୍ଧି ଦେବାକୁ ବିଜେଡିର ପ୍ରାର୍ଥନା

2021-12-12 05:57:52
14865
Share:
Facebook
Twitter
E-Mail
WhatsApp
Telegram
ବିଜେପି ନେତାଙ୍କୁ ସଦବୁଦ୍ଧି ଦେବାକୁ ବିଜେଡିର ପ୍ରାର୍ଥନା


ଭୁବନେଶ୍ୱର: ରନ୍ଧନ ଗ୍ୟାସ ସମେତ ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧିରୁ ନଜର ହଟାଇବା ଲାଗି ବିଜେପି ହଙ୍ଗାମା କରି ଯେଭଳି ବିଧାନସଭାକୁ ଅଚଳ କଲେ, ତାହା ରାଜ୍ୟବାସୀ ଦେଖିଲେ । ବିଧାନସଭା ଭିତରେ ଲୋକଙ୍କ ଏହି ମୌଳିକ ସମସ୍ୟା ଉଠାଇବା ବଦଳରେ ହଙ୍ଗାମା କରିବା ପରେ ବିଜେପି ବିଧାୟକଦଳ ରାଜ୍ୟପାଳଙ୍କୁ ଭେଟି ଏଥିପାଇଁ ବିଜେଡିକୁ ଦାୟୀ କରି ଯେଉଁଭଳି ପାଲଟା ଅଭିଯୋଗ କଲେ, ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଲଜ୍ଜାଜନକ । ବିଜେପିର ଏହି ଦୋମୁହାଁ ନୀତିକୁ ବିଜେଡି ପକ୍ଷରୁ ଦୃଢ ନିନ୍ଦା କରାଯାଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।


ଶ୍ରୀ ମହାନ୍ତି ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ ଓଡିଶାର ସାଧାରଣ ଲୋକେ ରନ୍ଧନ ଗ୍ୟାସ ଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲର ଆକାଶଛୁଆ ଦରବୃଦ୍ଧିରେ ନୟାନ୍ତ ହୋଇ ପଡିଲେଣି । କେନ୍ଦ୍ର ସରକାର ଏହିସବୁ ସାମଗ୍ରୀର ଦର ନିୟନ୍ତ୍ରଣ କରିପାରୁ ନାହାନ୍ତି । ଏଥିରୁ ନଜର ହଟାଇବାପାଇଁ ବିଜେପି ବିଧାୟକମାନେ ଓଡିଶା ବିଧାନସଭାକୁ ଅଚଳ କରି ରଖିଲେ । ବାଚସ୍ପତି ବାରମ୍ବାର ସର୍ବଦଳୀୟ ବୈଠକ ଡାକି ବିଧାନସଭାରେ ବହୁ ଗୁରୁôବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାକୁ ଅନୁରୋଧ କଲେ । ମାତ୍ର ବିଧାନସଭା ଚଳାଇ ନଦେବା ଲାଗି ବିଜେପି ବିଧାୟକମାନେ କେତେବେଳେ ଘଣ୍ଟ ବଜାଇଲେ ତ ଆଉ କେତେବେଳେ ହୋହଲ୍ଲା କଲେ ଏବଂ ବିଧାନସଭାକୁ ନିର୍ଦ୍ଧାରିତ ଅବଧି ପୂର୍ବରୁ ବନ୍ଦ କରିବାକୁ ବାଚସ୍ପତିଙ୍କୁ ବାଧ୍ୟ କଲେ । ବିଜେପିର ଏହି ନାଟକବାଜିକୁ ରାଜ୍ୟବାସୀ ଟିଭି ମାଧ୍ୟମରେ ଦେଖିବା ପରେ ବି ବିଜେପି କେଉଁ ମୁହଁରେ ରାଜ୍ୟପାଳଙ୍କୁ ବାଚସ୍ପତି ଓ ଶାସକ ଦଳ ବିରୋଧରେ ଫେରାଦ ଦେବାକୁ ଗଲା, ତାହା ବିସ୍ମୟ ସୃଷ୍ଟି କରିଛି । ରାଜ୍ୟବାସୀଙ୍କ ମୌଳିକ ସ୍ୱାର୍ଥକୁ ଉପେକ୍ଷା କରିବା ବିଜେପି ପାଇଁ ମହଙ୍ଗା ପଡ଼ିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।


ରାଜ୍ୟ ବିଜେପିର ଏଭଳି ଆଚରଣ ଯୋଗୁଁ ଲୋକେ ଏହି ଦଳକୁ ଓଡିଶାରେ ବାରମ୍ବାର ପ୍ରତ୍ୟାଖାନ କରୁଛନ୍ତି । ଯେଉଁଥିପାଇଁ ବିଜେପିର ଆଗଧାଡିର ନେତାମାନେ ଜଣଙ୍କ ପରେ ଜଣେ ଦଳ ଛାଡୁଛନ୍ତି । ଆଗାମୀ ଦିନରେ ଏହା ଆହୁରି ବଢିବ । ରାଜ୍ୟ ବିଜେପିର ୮ଜଣ ଯାକ ସାଂସଦ ଦିଲ୍ଲୀରେ ଓଡିଶାବାସୀଙ୍କ ସ୍ୱାର୍ଥର ସୁରକ୍ଷା ଲାଗି ଲଢେଇ କରିବା ଲାଗି ଜଗନ୍ନାଥ ସେମାନଙ୍କୁ ସଦ୍ବୁଦ୍ଧି ଦେବାକୁ ବିଜେଡି ପ୍ରାର୍ଥନା କରୁଛି । କିନ୍ତୁ ବଜେପି ତାହା ନକରି ଦଳ ପକ୍ଷରୁ ଯେଭଳି ଲୋକଙ୍କ ମୌଳିକ ସମସ୍ୟାକୁ ଅଣଦେଖା କରି ରାଜ୍ୟ ବିଧାନସଭାକୁ ଅଚଳ କରାଗଲା ତାହାକୁ ଓଡିଶାବାସୀ ଦେଖିଛନ୍ତି ଓ ଆଗାମୀ ଦିନରେ ରାଜ୍ୟର ସଚେତନ ଲୋକେ ଏଭଳି ଦଳକୁ ଉଚିତ ଜବାବ ଦେବେ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।

Powered by Froala Editor

Tags BJD

Related articles Odisha News Lens 4.1

  • ଇରାନୀୟ ଜାହାଜ ଉପରେ ଆକ୍ରମଣ: ୧୦୧ ନିଖୋଜ, ୭୮ ଆହତ
    ଦେଶ-ଦେଶାନ୍ତର

    ଇରାନୀୟ ଜାହାଜ ଉପରେ ଆକ୍ରମଣ: ୧୦୧ ନିଖୋଜ, ୭୮ ଆହତ

    15396
    Mar 04, 2026
  • ଯୁକ୍ତରାଷ୍ଟ୍ରର ପୃଥିବୀର ସବୁଠାରୁ ଶକ୍ତିଶାଳୀ ସାମରିକ ବାହିନୀ ଅଛି
    ଦେଶ-ଦେଶାନ୍ତର

    ଯୁକ୍ତରାଷ୍ଟ୍ରର ପୃଥିବୀର ସବୁଠାରୁ ଶକ୍ତିଶାଳୀ ସାମରିକ ବାହିନୀ ଅଛି

    14839
    Mar 02, 2026
  • ଗେରାଶ ସହରରେ ଶକ୍ତିଶାଳୀ ଭୂମିକମ୍ପ, ଲୋକେ ଆତଙ୍କିତ
    ଦେଶ-ଦେଶାନ୍ତର

    ଗେରାଶ ସହରରେ ଶକ୍ତିଶାଳୀ ଭୂମିକମ୍ପ, ଲୋକେ ଆତଙ୍କିତ

    14306
    Mar 03, 2026
  • ଟେଲିଫୋନରେ ନେତାନ୍ୟାହୁ ଓ ମୋଦୀଙ୍କ କଥାବାର୍ତ୍ତା
    ଦେଶ-ଦେଶାନ୍ତର

    ଟେଲିଫୋନରେ ନେତାନ୍ୟାହୁ ଓ ମୋଦୀଙ୍କ କଥାବାର୍ତ୍ତା

    14417
    Mar 02, 2026
  • ମହାରାଷ୍ଟ୍ରରୁ ବିଜେପି ରାଜ୍ୟସଭା ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାମ ମନୋନୀତ
    ଦେଶ-ଦେଶାନ୍ତର

    ମହାରାଷ୍ଟ୍ରରୁ ବିଜେପି ରାଜ୍ୟସଭା ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାମ ମନୋନୀତ

    15063
    Mar 04, 2026
  • ନିୟମିତ ମିଶ୍ରି ଖାଇଲେ ଦୃଷ୍ଟିଶକ୍ତିଜନିତ ସମସ୍ୟା କମିଥାଏ
    ବିଶେଷ

    ନିୟମିତ ମିଶ୍ରି ଖାଇଲେ ଦୃଷ୍ଟିଶକ୍ତିଜନିତ ସମସ୍ୟା କମିଥାଏ

    13906
    Mar 02, 2026
  • ଲାଗିରହିଛି ଯୁଦ୍ଧ: ଭାରତୀୟ ସେୟାର ବଜାରରେ ଭୂକମ୍ପ, ଷ୍ଟକ୍ ମୂଲ୍ୟରେ ଦ୍ରୁତ ହ୍ରାସ
    ଦେଶ-ଦେଶାନ୍ତର

    ଲାଗିରହିଛି ଯୁଦ୍ଧ: ଭାରତୀୟ ସେୟାର ବଜାରରେ ଭୂକମ୍ପ, ଷ୍ଟକ୍ ମୂଲ୍ୟରେ ଦ୍ରୁତ ହ୍ରାସ

    15077
    Mar 04, 2026
  • ସୁରକ୍ଷିତ ଭାବେ ଭାରତ ଫେରିଲେ ପିଭି ସିନ୍ଧୁ
    ଦେଶ-ଦେଶାନ୍ତର

    ସୁରକ୍ଷିତ ଭାବେ ଭାରତ ଫେରିଲେ ପିଭି ସିନ୍ଧୁ

    14669
    Mar 03, 2026
  • ଏହି କାରଣରୁ ଧୋନୀଙ୍କୁ ନୋଟିସ ଜାରି
    ଦେଶ-ଦେଶାନ୍ତର

    ଏହି କାରଣରୁ ଧୋନୀଙ୍କୁ ନୋଟିସ ଜାରି

    14144
    Mar 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ଏମିତି

    14696
    Mar 03, 2026
  • ଦେଶ-ଦେଶାନ୍ତର

    ସୁରକ୍ଷିତ ଭାବେ ଭାରତ ଫେରିଲେ ପିଭି ସିନ୍ଧୁ

    14669
    Mar 03, 2026
  • ଦେଶ-ଦେଶାନ୍ତର

    ଏହି କାରଣରୁ ଧୋନୀଙ୍କୁ ନୋଟିସ ଜାରି

    14144
    Mar 04, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17359
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17426
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17772
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16245
    Apr 03, 2021

ବିଶେଷ

  • ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ଏମିତି

    14696
    Mar 03, 2026
  • ନିୟମିତ ମିଶ୍ରି ଖାଇଲେ ଦୃଷ୍ଟିଶକ୍ତିଜନିତ ସମସ୍ୟା କମିଥାଏ

    13906
    Mar 02, 2026
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ ଆପଣାନ୍ତୁ ଏହି ଉପାୟ....

    15017
    Feb 28, 2026
  • ଖାଲି ପେଟରେ ଉଷୁମ ପାଣି ପିଇଲେ ମିଳେ ଏହିସବୁ ଲାଭ

    14637
    Feb 27, 2026
  • ବାସି ଭାତ ଖାଇଲେ ମିଳିଥାଏ ଏହିସବୁ ପ୍ରୋଟିନ୍

    14438
    Feb 26, 2026

ବାଣିଜ୍ୟ

ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

ଭୁବନେଶ୍ୱର: ଖିମଜୀ ଜୁଏଲର୍ସ ପକ୍ଷରୁ ନିଜର ନୂଆ ବିବାହ ଅଭିଯାନ ‘ନିଭାୟେଙ୍ଗେ ଅଲଓ୍ୱେଜ୍’ ଉନ୍ମୋଚନ କରାଯାଇଛି। ଏହା ହେଉଛି ବିବାହର ଚିରସ୍ଥାୟୀ ପ୍ରତିଶ୍ରୁତି ପ୍ରତି ଏକ ହୃଦୟସ୍ପର୍ଶୀ ସମ୍ମାନ। ଏହା କ ...

  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15124
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14975
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14488
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16107
    Jan 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଗେରାଶ ସହରରେ ଶକ୍ତିଶାଳୀ ଭୂମିକମ୍ପ, ଲୋକେ ଆତଙ୍କିତ

    14306
    Mar 03, 2026
  • ଟେଲିଫୋନରେ ନେତାନ୍ୟାହୁ ଓ ମୋଦୀଙ୍କ କଥାବାର୍ତ୍ତା

    14417
    Mar 02, 2026
  • ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ଏମିତି

    14696
    Mar 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In