ଧନୁଯାତ୍ରା ନିଷ୍ପତ୍ତି ସ୍ଥଗିତ, ଜାନୁଆରୀରେ ପୁଣି ବସିବ ବୈଠକ
କୋଭିଡ କଟକଣା ପାଇଁ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ନିଷ୍ପତ୍ତି ସ୍ଥଗିତ ହୋଇଛି । ହେଲେ ଜାନୁଆରୀ ଗାଇଡଲାଇନ ଦେଖିବା ପରେ ପୁନଃବିଚାର କରାଯିବ ।
ଆଜି ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରା କାର୍ଯ୍ୟକାରୀ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡ୍ଲାଇନ୍କୁ ନେଇ ଏଥିରେ ଆଲୋଚନା କରାଯାଇଥିଲା । ଯେହେତୁ ଧନୁଯାତ୍ରା ଏକ ବହୁଜନ ସମାଗମ କାର୍ଯ୍ୟକ୍ରମ ତେଣୁ ଏଥିରେ ରାଜ୍ୟ କିମ୍ୱା ରାଜ୍ୟ ବାହରର ବହୁ ଶ୍ରଦ୍ଧାଳୁ ଯୋଗ ଦେଇ ପାରନ୍ତି । ତେଣୁ ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖିଯାଇଛି ।
ଅନ୍ୟପକ୍ଷରେ ଭର୍ଚୁଆଲ୍ ଧନୁଯାତ୍ରା କିମ୍ବା ତୃତୀୟ ଲହର ଆଶଂକା ଟଳିଲା ପରେ ଏହି ବିଶ୍ବପ୍ରସିଦ୍ଧ ଯାତ୍ରା ଆୟୋଜନ କରିବାକୁ ମଧ୍ୟ ପ୍ରସ୍ତାବ ରଖାଯାଇଥିଲା। କିନ୍ତୁ ଭର୍ଚୁଆଲ୍ ଧନୁଯାତ୍ରା ପରମ୍ପରାକୁ କ୍ଷୁର୍ଣ୍ଣ କରିବ ଏବଂ ଏଥିପାଇଁ କଳାକାର, ଆୟୋଜକ ସହଜ ହେବେ ନାହିଁ ବୋଲି ମତ ପ୍ରକାଶ ପାଇଛି। ଜାନୁଆରୀ ମାସରେ ଯଦି ସମ୍ଭବ ହେବ ତେବେ ନୂଆ ଗାଇଡ୍ଲାଇନ୍ ଅନୁସାରେ ବୈଠକ ବସିବ । ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯିବ । କନ୍ତୁ ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି ।
Powered by Froala Editor