ହରିଣ ଛାଲ ଜବତ , ୨ ଗିରଫ
ଭୁବନେଶ୍ବର: STF ହାତରେ ଦୁଇ ବନ୍ୟପ୍ରାଣୀ ତସ୍କର । ହରିଣ ଛାଲ ଜବତ ସହ ୨ ଅଭିଯୁକ୍ତଙ୍କୁ ଗିରଫ କଲା STF ଟିମ୍ । ବାଇକରେ ନେବା ସମୟରେ ୫ଟି ହରିଣ ଛାଲ ଜବତ କରାଯାଇଥିବା ସୂଚନା ।
ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଉଛନ୍ତି ବଳଙ୍ଗା କେତକି ପାଟଣାର କୃଷ୍ଣଚନ୍ଦ୍ର ସ୍ବାଇଁ, ନୀତିଗଡ ଗୋପର ସୁନିଲ କୁମାର ପଲେଇ । ଉଭୟ ପୁରୀ ଜିଲ୍ଲାର ହୋଇଥିବା ଜଣାପଡିଛି । ତେବେ ଏମାନେ କେଉଁଠୁ ହରିଣ ଛାଲ ଆଣିଲେ ସେନେଇ ତଦନ୍ତ ଆରମ୍ଭ କରିଛି STF । ଅନ୍ୟପଟେ ତଥ୍ୟ ଅନୁଯାୟୀ ୨୦୨୦ରୁ ଏଯାବତ ୧୨ ଟି ହରିଣ ଛାଲ ଜବତ କରାଗଲାଣି । ଏତେ କଟକଣା ସତ୍ତ୍ବେ କିପରି ହରିଣ ଛାଲ ବେପାର ଚାଲିଛି ତାହା ତଦନ୍ତ ସାପେକ୍ଷ ।
Powered by Froala Editor