ଅନର କିଲିଂ, ଗର୍ଭବତୀ ଭଉଣୀର ମୁଣ୍ଡ କାଟିଲା ନୃଶଂସ ଭାଇ

ଔରଙ୍ଗାବାଦ: ଔରଙ୍ଗାବାଦ ଜିଲ୍ଲାରେ ଅନର କିଲିଂ । ଜଣେ ନାବାଳକ ତାଙ୍କ ମା’ଙ୍କ ସହାୟତାରେ ନିଜ ଗର୍ଭବତୀ ୧୯ ବର୍ଷିୟା ଭଉଣୀର ମୁଣ୍ଡ କାଟି ଦେଇଛି । ମୁଣ୍ଡ କାଟିବା ପରେ ପଡେ଼ାଶୀମାନଙ୍କୁ କଟାମୁଣ୍ଡ ଦେଖାଇଥିବା ଅଭିଯୋଗ ହୋଇଛି । ରବିବାର ଏହି ଘଟଣା ଘଟିଛି । ପୀଡ଼ିତା ଜଣକ ଜୁନ ମାସରେ ଘରଛାଡି ତାଙ୍କ ପ୍ରେମିକ ସହ ପଳାଇଥିଲେ । ଗତ ସପ୍ତାହରେ ତାଙ୍କ ମା ତାଙ୍କ ସହ ଯୋଗାଯୋଗ କରି ତାଙ୍କୁ ଦେଖା କରିବାକୁ କହିଥିଲେ ।
ରବିବାର ମା ଓ ପୁଅ ଦୁହେଁ ଗର୍ଭବତୀ ମହିଳାଙ୍କ ଘରେ ପହଞ୍ଚିଥିଲେ । ତାଙ୍କ ସ୍ୱାମୀ ଅସୁସ୍ଥ ଥିବାରୁ ଅନ୍ୟ ଏକ କୋଠରୀରେ ଶୋଇଥିଲେ । ମହିଳା ଜଣକ ଚା’ତିଆରି କରୁଥିବା ବେଳେ ତାଙ୍କ ଭାଇ ତାଙ୍କୁ ପଛରୁ ଆକ୍ରମଣ କରିଥିଲେ । ମାଆ ତାଙ୍କ ଗୋଡ ଦୁଇଟିକୁ ଜାବୁଡି ଧରିଥିବା ବେଳେ ତାଙ୍କ ଭାଇ ମୁଣ୍ଡ କାଟି ଦେଇଥିବା ଅଭିଯୋଗ ହୋଇଛି । ଉଭୟ ମା ଓ ପୁଅ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମା’ଙ୍କ ସହ ତାଙ୍କୁ ଗିରଙ୍ଗ କରାଯାଇଛି । ଏହି ମାମଲାର ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ ସୂଚନା ଦେଇଛି ।
Powered by Froala Editor