ଆଜି ଦେଶରେ ୮ହଜାର ୮୯୫ କରୋନା ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ଉପର ତଳ ହେଉଛି କରୋନା ସଂକ୍ରମଣ । ଦିନେ କମିଲେ ଦିନେ ବଢୁଛି ଦୈନିକ ସଂକ୍ରମଣ । ଗତ ୨୪ଘଣ୍ଟାରେ ଦେଶରେ ୮ହଜାର ୮୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାପ୍ତାହିକ ପଜିଟିଭ୍ ହାର ୦.୯୪ ପ୍ରତିଶତରୁ କମ୍ ରହିଛି । ଦୈନିକ ପଜିଟିଭ୍ ହାର ୦.୯୮ ପ୍ରତିଶତ ରହିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୪୬ଲକ୍ଷ ୩୩ହଜାର ୨୫୫କୁ ବୃଦ୍ଧି ପାଇଛି ।
ଏହାରି ଭିତରେ ୬୪ କୋଟି ୭୨ଲକ୍ଷ ୫୨ହଜାର ୮୫୦ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି । ଗତ ୨୪ଘଣ୍ଟାରେ ୧୨ଲକ୍ଷ ୨୬ହଜାର୬୪ଜଣଙ୍କ ନମୁନା ପରୀକ୍ଷା କରାଯାଇଛି । ତେବେ ଧୀରେଧୀରେ ଭିଡ ବଢୁଥିବାରୁ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଉଛି ।
Powered by Froala Editor