ଅବପାତ ନେଲା ଗଭୀର ଅବପାତର ରୂପ

ଭୁବନେଶ୍ୱର: ସମୟ ବଢୁଛି, ଭୟ ବି ବଢୁଛି। ବାତ୍ୟା ଜୱାଦ ପାଇଁ ସରକାରଙ୍କଠୁ ଚାଷୀ ସମସ୍ତେ ଚିନ୍ତାରେ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଜି ସକାଳ ୫.୩୦ରେ ଗଭୀର ଅବପାତର ରୂପ ନେଇଛି। ଆଗାମି ୧୨ ଘଂଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଥିବା ଆଂଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହା କାଲି ସକାଳ ସୁଦ୍ଧା ଆନ୍ଧ୍ର ଓ ଓଡିଶା ଉପକୂଳ ଛୁଇଁବ ବୋଲି କୁହାଯାଉଛି । କିନ୍ତୁ ବାତ୍ୟା ଜୱାଦ କେଉଁଠି ସ୍ଥଳଭାଗ ଛୁଇଁବ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।
ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ଏହା ଗୋପାଳପୁରଠାରୁ ୬୭୦ କିମି, ପାରଦୀପଠାରୁ ୭୬୦ କିମି ଦୂରରେ ରହିଛି । ଗତ ୬ ଘଂଟା ହେବ ଏହା ୩୨ କିଲୋମିଟର ବେଗରେ ଗତି କରୁଛି । ସ୍ଥଳଭାଗ ଛୁଇଁବା ବେଳକୁ ଘଂଟାପ୍ରତି ପବନର ବେଗ ୮୦ ରୁ ୯୦ କିଲୋମିଟର ରହିବାର ସମ୍ଭାବନା ରହିଛି। ଅତିବେଶୀରେ ପବନର ବେଗ ଶହେ କିଲୋମିଟର ପର୍ଯ୍ୟନ୍ତ ବଢିପାରେ। ଏହାର ପ୍ରଭାବରେ ପାଗ ବଦଳିବା ଆରମ୍ଭ ହୋଇଛି । ଆଜି ସନ୍ଧ୍ୟା ଠାରୁ ବର୍ଷା ହେବାର ସମ୍ଭାବନା ରହିଛି।
ଆଜି ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସେହିପରି କୋରାପୁଟ, ରାୟଗଡା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।
ଗତକାଲି ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଏକ ସମୀକ୍ଷା ବୈଠକ ଡାକି ବାତ୍ୟା ଜୱାଦ ମୁକାବିଲା ପାଇଁ ଆଲୋଚନା କରିଥିଲେ । ଏହା ସହିତ ଓଡିଶା ସମେତ ୫ଟି ରାଜ୍ୟରେ ୬୨ଟି ଏନଡିଆରଏଫ ଟିମ୍ ମଧ୍ୟ ମୁତୟନ କରାଯାଇଛି। ସମୁଦ୍ର ଭିତରକୁ ଯିବା ପାଇଁ ମସôଜୀବୀଙ୍କୁ ବାରଣ କରାଯାଇଛି । ଅନ୍ୟପଟେ କିଛି ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି।
Powered by Froala Editor