ଓମିକ୍ରନ ଚିନ୍ତା, ମାସ୍କ ବାଧ୍ୟତାମୂଳକ କଲେ ସ୍ୱାସ୍ଥ୍ୟ ସଚିବ
ବ୍ରିଟେନ: ବ୍ରିଟେନରେ ୨୨ଟି ‘ଓମିକ୍ରନ’ ପ୍ରଜାତି ସଂକ୍ରମଣ ମାମଲା ଆଜି ଚିହ୍ନଟ ହୋଇଛି । ସ୍କଟଲାଣ୍ଡ ଏବଂ ଇଂଲାଣ୍ଡରେ ପୁଣି ସଂକ୍ରମଣ ବଢ଼ିଛି । ପୂର୍ବ ମିଡଲାଣ୍ଡ, ପୂର୍ବ ଇଂଲାଣ୍ଡ, ଲଣ୍ଡନ ଏବଂ ଉତ୍ତର ପଶ୍ଚିମରେ ସମସ୍ତ ନୂଆ ମାମଲା ଚିହ୍ନଟ ହୋଇଛି । ବ୍ରିଟିଶ ସ୍ୱାସ୍ଥ୍ୟ ସଚିବ ସାଜିଦ ଜାଭିଦ କହିଛନ୍ତି, ଆଗକୁ ସଂକ୍ରମଣ ବଢ଼ିବ ଏବଂ ଏଥିପାଇଁ ଜନସାଧାରଣଙ୍କୁ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ହେବ ।
ତେବେ ଓମିକ୍ରନ ସଂକ୍ରମିତ ହୋଇଥିବା ବ୍ୟକ୍ତିମାନେ ଦକ୍ଷିଣ ଆଫ୍ରିକାକୁ ଯାତ୍ରା କରିଥିଲେ କି ନାହିଁ ତାହା ଜଣାପଡ଼ିନି । ବ୍ରିଟେନରେ ଓମିକ୍ରନ ପ୍ରଜାତି ବଢ଼ିବାରୁ ପ୍ରାୟ ସବୁ ଅଂଚଳରେ କଟକଣା କଡ଼ାକଡ଼ି ହୋଇଛି । ବ୍ରିଟେନ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିଥିବା ବେଳେ ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟ ମଧ୍ୟ ବାଧ୍ୟତାମୂଳକ କରିଛି । ଓମିକ୍ରନର ଭୟାବହତାକୁ ରୋକିବା ପାଇଁ ବ୍ରିଟେନ ବୁଷ୍ଟର ଡୋଜ ପ୍ରକ୍ରିୟା ଆରମ୍ଭ କରିଛି । ବ୍ରିଟେନରେ ମୋଟ ସଂକ୍ରମଣ ମାମଲା ଏବେ ୧୦,୨୨୮,୭୭୨ ରହିଛି ଏବଂ ମୃତୁ୍ୟସଂଖ୍ୟା ୧୪୪,୯୬୯ରେ ପହଞ୍ଚିଛି ।
Powered by Froala Editor