ବାତ୍ୟା : ୯୫ଟି ମେଲ୍ ଓ ଏକ୍ସପ୍ରେସ୍ ବାତିଲ
ଭୁବନେଶ୍ୱର: ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରୁ ଦେଶର ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିବା ୯୫ଟି ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍କୁ ବାତିଲ କରାଯାଇଛି। ଗୁରୁବାର ଅର୍ଥାତ ୨ ତାରିଖ, ୩ ଓ ୪ ତାରିଖରେ ଥିବା ୯୫ଟି ମେଲ୍ ଓ ଏକ୍ସପ୍ରେସ୍ ବାତିଲ ହୋଇଥିବା ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ୪ ତାରିଖ ସକାଳେ ବାତ୍ୟା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୩ ତାରିଖରୁ ବର୍ଷା ସହ ପବନ ଆରମ୍ଭ ହୋଇଯିବ । ୪ ତାରିଖ ସକାଳୁ ପବନ ବେଗ ବଢ଼ି ୯୦-୧୦୦ କିମି ଛୁଇଁପାରେ।
ବାତ୍ୟାର ଗତିପଥ ଜଣାପଡ଼ିବା ପରେ ୩ ତାରିଖରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଏଥି ପାଇଁ ଏନ୍ଡିଆରଏଫର ୩୨ଟି ଟିମ୍ ମୁତୟନ କରାଯାଇଛି। ଆବଶ୍ୟକ ହେଲେ ଅଧିକ ଟିମ୍ ପଠାଯିବ । ଏଥି ସହ ଉଭୟ ବାୟୁସେନା ଓ ନୌସେନାକୁ ସଜାଗ ରଖାଯାଇଛି।
Powered by Froala Editor