Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 03, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

କୋଲେଷ୍ଟରଲ କମାଏ ଅଁଳାରସ

ରାଜ୍ୟ
Home ›› ରାଜ୍ୟ ››ବାତ୍ୟା :ସିଧା ମାଡ଼ ହେଉ କି ଘଷି ହୋଇ ଯାଉ, ପ୍ରଭାବିତ ହେବ ଓଡ଼ିଶା

ବାତ୍ୟା :ସିଧା ମାଡ଼ ହେଉ କି ଘଷି ହୋଇ ଯାଉ, ପ୍ରଭାବିତ ହେବ ଓଡ଼ିଶା

2021-12-01 07:49:53
13623
Share:
Facebook
Twitter
E-Mail
WhatsApp
Telegram
ବାତ୍ୟା :ସିଧା ମାଡ଼ ହେଉ କି ଘଷି ହୋଇ ଯାଉ, ପ୍ରଭାବିତ ହେବ ଓଡ଼ିଶା


ଭୁବନେଶ୍ୱର : ବାତ୍ୟା  ଭୀଷଣ ରୂପ ନେଇ ଆସନ୍ତା ୪ ତାରିଖ  ଦକ୍ଷିଣ ଓଡ଼ିଶା କିମ୍ବା ଉତ୍ତର ଆନ୍ଧ୍ର ଉପକୂଳ ଛୁଇଁବ ।  ସିଧା ମାଡ଼ ହେଉ କି ଘଷି ହୋଇ ଯାଉ, ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବ ଓଡ଼ିଶା ।

ଦକ୍ଷିଣ ଥାଇଲାଣ୍ଡ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ମଙ୍ଗଳବାର ସକାଳ ସୁଦ୍ଧା ଆଣ୍ଡାମାନ ସାଗରରେ ପହଞ୍ଚିଯିବ । ପ୍ରଥମେ ପଶ୍ଚିମ-ଉତ୍ତର ପଶ୍ଚିମରେ ମୁହାଁଇବ । ଆସନ୍ତା ୨ ତାରିଖରେ ଏହା ଅବପାତ ରୂପ ନେବ । ଆହୁରି ଘନୀଭୂତ ହୋଇ ୩ ତାରିଖ ବାତ୍ୟାରେ ପରିଣତ ହେବ । ବାତ୍ୟାର ନାଁ ରହିବ ‘ଜୋୱାଦ୍‌’ । ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମଡି)ର ଅଧିକାଂଶ ମଡେଲ ଆକଳନ କରିଛନ୍ତି ଯେ, ଏହା ଆହୁରି ବଳ ଜୁଟାଇ ଭୀଷଣ ବାତ୍ୟା ରୂପ ନେଇପାରେ । ସାଧାରଣତଃ ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ) ହେଲେ ପବନ ବେଗ ଘଣ୍ଟା ପ୍ରତି ୯୦ରୁ ୧୨୦ କିମି ପର୍ୟ୍ୟନ୍ତ ରହିଥାଏ ।
ପ୍ରଥମେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ତାମିଲନାଡ଼ୁ ଆଡ଼କୁ ମୁହାଁଇବ । ପରେ ଦିଗ ବଦଳାଇ ଉତ୍ତର-ଉତ୍ତର ପଶ୍ଚିମରେ ଆନ୍ଧ୍ର-ଓଡ଼ିଶାକୁ ମୁହାଁଇବ । ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳର ପାଖରେ ଥିବ ବାତ୍ୟା । ଶନିବାର ହିଁ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ । ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସମ୍ଭାବ୍ୟ ବାତ୍ୟା ଭୀଷଣ ରୂପ ନେବାର ଅଧିକ ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାକୁ ଏହା ପ୍ରଭାବିତ କରିବ । ପ୍ରବଳ ବର୍ଷା ସହ ପବନ ବି ହେବ । ତେବେ ସ୍ଥଳଭାଗ ଛୁଇଁବା ନେଇ ଏବେଠାରୁ ନିର୍ଦ୍ଦିଷ୍ଟ ଆକଳନ କରିହେବନି ।

ଆସନ୍ତା ୩ ରାତିରୁ ବର୍ଷା ଆରମ୍ଭ ହେବା ସହ ଓଡ଼ିଶା ଉପକୂଳରେ ୪୫ରୁ ୫୫ କିମି ଓ ମଝିରେ ମଝିରେ ପବନ ଧକ୍କା ୬୫ କିମି ଛୁଇଁପାରେ । ୪ ତାରିଖ ଅପରାହ୍ନରୁ ୫ ତାରିଖ ଭୋର ପର୍ୟ୍ୟନ୍ତ ୭୦-୮୦ କିମି ଓ ସର୍ବାଧିକ ୯୦ କିମି ବେଗରେ ପବନ ମାଡ଼ ହୋଇପାରେ । କୃଷି ପାଣିପାଗ ବୈଜ୍ଞାନିକ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ପ୍ରଥମେ ଏହା   ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରିବ । ୪୮ ଘଣ୍ଟା ପରେ ଉତ୍ତର ପଶ୍ଚିମ ଏବଂ ୭୨ ଘଣ୍ଟା ପରେ ପୁଣି ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବରେ ମୁହାଁଇବ ।  ଗୋଟିଏ ସମ୍ଭାବନା ହେଲା ଯେ ଏହା ଓଡ଼ିଶାକୁ ମୁହାଁଇବ । ଦିଗ ବଦଳାଇବା ପୂର୍ବରୁ ଉପକୂଳର ଅଧିକ ନିକଟତର ହେବ । ଶ୍ରୀକାକୁଲମରୁ ପୁରୀ ଭିତରେ ସ୍ଥଳଭାଗ  ଛୁଇଁ ଓଡ଼ିଶାର ଗଞ୍ଜାମ ଓ ପରେ ଉପକୂଳ ଜିଲ୍ଲା ଏବଂ ସଂଲଗ୍ନ ଜିଲ୍ଲା ମଧ୍ୟ ଦେଇ ଉପକୂଳର ସମାନ୍ତରାଳରେ ସ୍ଥଳଭାଗରେ ଗତି କରି ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବା ସମ୍ଭାବନା ଅଛି ।

ତେବେ ଦ୍ୱିତୀୟ ସମ୍ଭାବନା ହେଲା, ଏହା ଓଡ଼ିଶା ଉପକୂଳର ସମାନ୍ତରାଳରେ ପ୍ରାୟ ୭୦ କିମି ଦୂରରେ ସମୁଦ୍ରରେ ଗତି କରିବ । ଅର୍ଥାତ୍‌ ଉପକୂଳରେ ଘଷି ହୋଇ ୫ ତାରିଖ ମଧ୍ୟରାତ୍ରିରେ ବାଂଲାଦେଶ କିମ୍ବା ପଶ୍ଚିମବଙ୍ଗ ଛୁଇଁପାରେ । ଓଡ଼ିଶା ଉପକୂଳ ପାଖକୁ ଆସିବା ପରେ ଏହା ଅଧିକ ଘନୀଭୂତ ହେବ । ଏଭଳି ହେବାର ଅଧିକ ସମ୍ଭାବନା ରହିଛି । ଯେଉଁଠାରେ ସ୍ଥଳଭାଗ ଛୁଇଁଲେ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ହେବ । ୪ ତାରିଖ ମଧ୍ୟରାତ୍ରିରୁ ୫ ତାରିଖ ମଧ୍ୟାହ୍ନ ଯାଏ ଅତି ପ୍ରବଳ ବର୍ଷା ହୋଇପାରେ । ଓଡ଼ିଶା ପାଖ ଦେଇ ଯିବାବେଳେ ଏହା ଭୀଷଣ ବାତ୍ୟା ଅବସ୍ଥାରେ ଥିବା ସମ୍ଭାବନା ଅଛି । ଯଦି ବି ଏହା ଆନ୍ଧ୍ର ଉପକୂଳ ଛୁଏଁ, ତଥାପି ଓଡ଼ିଶାରେ ଆସନ୍ତା ୩ରୁ ପାଗ ବଦଳିବ । ଏମିତି ହେଲେ ୩ ଓ ୪ରେ ଦୁଇଦିନ ରାଜ୍ୟରେ ବର୍ଷା ହେବ ।

Powered by Froala Editor

Tags Cyclone

Related articles Odisha News Lens 4.1

  • ଖରାଦିନେ ରକ୍ତଚାପରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ
    ବିଶେଷ

    ଖରାଦିନେ ରକ୍ତଚାପରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

    14928
    Jun 03, 2025
  • ପାଦରୁ ଜୋତା ନଖୋଲି ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାହୁଲ
    ଦେଶ-ଦେଶାନ୍ତର

    ପାଦରୁ ଜୋତା ନଖୋଲି ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାହୁଲ

    14120
    Jun 03, 2025
  • ଫୋନ୍ ଗପି ଶିଶୁର ବୁଢ଼ା ଆଙ୍ଗୁଳି କାଟିଦେଲେ ନର୍ସ
    ଦେଶ-ଦେଶାନ୍ତର

    ଫୋନ୍ ଗପି ଶିଶୁର ବୁଢ଼ା ଆଙ୍ଗୁଳି କାଟିଦେଲେ ନର୍ସ

    14217
    Jun 02, 2025
  • କୋଲେଷ୍ଟରଲ କମାଏ ଅଁଳାରସ
    ବିଶେଷ

    କୋଲେଷ୍ଟରଲ କମାଏ ଅଁଳାରସ

    13331
    Jun 03, 2025
  • ଆତଙ୍କବାଦୀଙ୍କ ପାଇଁ କାମ କରୁଛନ୍ତି ସରକାରୀ କର୍ମଚାରୀ
    ଦେଶ-ଦେଶାନ୍ତର

    ଆତଙ୍କବାଦୀଙ୍କ ପାଇଁ କାମ କରୁଛନ୍ତି ସରକାରୀ କର୍ମଚାରୀ

    13471
    Jun 03, 2025
  • ‘ରାମାୟଣ’ରେ ମୋହିତ : ସୁପରଷ୍ଟାରଙ୍କ ଉପରେ ଭାରୀ ପଡ଼ିବେ ଟେଲି ଅଭିନେତା
    ମନୋରଞ୍ଜନ

    ‘ରାମାୟଣ’ରେ ମୋହିତ : ସୁପରଷ୍ଟାରଙ୍କ ଉପରେ ଭାରୀ ପଡ଼ିବେ ଟେଲି ଅଭିନେତା

    15487
    Jun 02, 2025
  • ୮ରେ ମହାକାଶକୁ ଯାତ୍ରା କରିବେ ବାୟୁସେନା ଗ୍ରୁପ୍‌ କ୍ୟାପେଟନ ଶୁଭାଂଶୁ ଶୁକ୍ଳା
    ଦେଶ-ଦେଶାନ୍ତର

    ୮ରେ ମହାକାଶକୁ ଯାତ୍ରା କରିବେ ବାୟୁସେନା ଗ୍ରୁପ୍‌ କ୍ୟାପେଟନ ଶୁଭାଂଶୁ ଶୁକ୍ଳା

    14068
    Jun 03, 2025
  • ପୁଣି ପରଦାକୁ ଫେରୁଛନ୍ତି ଚକ୍ରବର୍ତ୍ତୀ ସମ୍ରାଟ ପୃଥ୍ୱୀରାଜ
    ମନୋରଞ୍ଜନ

    ପୁଣି ପରଦାକୁ ଫେରୁଛନ୍ତି ଚକ୍ରବର୍ତ୍ତୀ ସମ୍ରାଟ ପୃଥ୍ୱୀରାଜ

    15212
    Jun 02, 2025
  • ସିକିମରେ ଭୂସ୍ଖଳନ : ୩ ମୃତ, ୯ ଯବାନ ନିଖୋଜ
    ଦେଶ-ଦେଶାନ୍ତର

    ସିକିମରେ ଭୂସ୍ଖଳନ : ୩ ମୃତ, ୯ ଯବାନ ନିଖୋଜ

    13704
    Jun 02, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ‘ରାମାୟଣ’ରେ ମୋହିତ : ସୁପରଷ୍ଟାରଙ୍କ ଉପରେ ଭାରୀ ପଡ଼ିବେ ଟେଲି ଅଭିନେତା

    15487
    Jun 02, 2025
  • ଦେଶ-ଦେଶାନ୍ତର

    ସିକିମରେ ଭୂସ୍ଖଳନ : ୩ ମୃତ, ୯ ଯବାନ ନିଖୋଜ

    13704
    Jun 02, 2025
  • ବିଶେଷ

    ଖରାଦିନେ ରକ୍ତଚାପରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

    14928
    Jun 03, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16640
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16931
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15467
    Apr 03, 2021

ବିଶେଷ

  • କୋଲେଷ୍ଟରଲ କମାଏ ଅଁଳାରସ

    13331
    Jun 03, 2025
  • ଖରାଦିନେ ରକ୍ତଚାପରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

    14928
    Jun 03, 2025
  • ଅବସାଦ ଦୂର କରିବାର ସହଜ ଉପାୟ ଜାଣନ୍ତୁ....

    15104
    Jun 02, 2025
  • ନିୟମିତ ମଦ୍ୟପାନ କଲେ ଜିନ୍‌ରେ ଆସେ ପରିବର୍ତ୍ତନ

    15477
    Jun 02, 2025
  • ସିଝା ଅଣ୍ଡାରେ ମାଲିସ୍‌

    15223
    Jun 01, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15686
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16301
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14010
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14808
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୁଣି ପରଦାକୁ ଫେରୁଛନ୍ତି ଚକ୍ରବର୍ତ୍ତୀ ସମ୍ରାଟ ପୃଥ୍ୱୀରାଜ

    15212
    Jun 02, 2025
  • କୋଲେଷ୍ଟରଲ କମାଏ ଅଁଳାରସ

    13331
    Jun 03, 2025
  • ଫୋନ୍ ଗପି ଶିଶୁର ବୁଢ଼ା ଆଙ୍ଗୁଳି କାଟିଦେଲେ ନର୍ସ

    14217
    Jun 02, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In