ପୁଣି ଅଲୋଡା ହେଲା ଶିଶୁ କନ୍ୟା, ଜନ୍ମକରି ଫିଙ୍ଗି ଦେଲା ମାଆ
ନିମାପଡା: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଜନ୍ମକରି ରାସ୍ତା କଡରେ ଫିଙ୍ଗି ଦେଇଥିଲା ମାଆ । ଏଭଳି ଘଟଣା ଘଟିଛି ନିମାପଡା-ପିପିଲି ଅନ୍ତର୍ଗତ ସାତଶଙ୍ଗ-ବଳଙ୍ଗା ମୁଖ୍ୟ ରାସ୍ତାରେ । ଉକ୍ତ ରାସ୍ତା କଡରେ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି ।
ସୂଚନା ଅନୁସାରେ, ନିମାପଡା-ପିପିଲି ଅନ୍ତର୍ଗତ ସାତଶଙ୍ଗ-ବଳଙ୍ଗା ମୁଖ୍ୟ ରାସ୍ତାରେ ରବିବାର ସକାଳେ କିଛି ବ୍ୟକ୍ତି ଏକ ନବଜାତ ଶିଶୁ କନ୍ୟାକୁ ଦେଖିଥିଲେ । ଉଦ୍ଧାର ବେଳେ ଶିଶୁ କନ୍ୟାଟି ଜୀବିତ ଥିଲା । ପରେ ଗ୍ରାମବାସୀମାନେ ତାକୁ ଉଦ୍ଧାର କରିଥିଲେ ।
ତେବେ ଶିଶୁ କନ୍ୟାଟିକୁ କପଡା ଘୋଡାଇ ଏକ ବ୍ୟାଗ୍ରେ ଭିତରେ ଭର୍ତ୍ତି କରି ଫିଙ୍ଗିଥିବା କୁହାଯାଉଛି । ଶିଶୁଟିକୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor