ମୌଲବୀଙ୍କୁ ପତ୍ନୀଙ୍କ ଧମକ: ଦାଢି କାଟ, ନହେଲେ ତଲାକ ଦିଅ
ଦାଢ଼ି ରଖିବାରୁ ମୁସଲମାନ ଧର୍ମଗୁରୁ ( ମୌଲବୀ)ଙ୍କୁ ମିଳିଲା ତଲାକ ଧମକ । ଏମିତି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଅଲିଗଡରେ । ଅଲିଗଡରେ ଜଣେ ମୁସଲମାନ ଧର୍ମଗୁରୁ ଦାଢ଼ି ରଖିଥିଲେ ବୋଲି ତାଙ୍କୁ ତଲାକ ଦେବେ ବୋଲି କହିଛନ୍ତି ତାଙ୍କ ପତ୍ନୀ । ମୁସଲମାନ ଧର୍ମଗୁରୁଙ୍କ ପତ୍ନୀଙ୍କ କହିବା ଅନୁଯାୟୀ ସେ ଜଣେ ଆଧୁନିକ ଝିଅ ଅଟନ୍ତି । ତେଣୁ ବିନା ଦାଢ଼ି ସ୍ବାମୀ ଦରକାର । ତେବେ ଦାଢ଼ିକୁ ନେଇ ହେଉଥିବା ବିବାଦ ମଧ୍ୟରେ ମୁସଲମାନ ଧର୍ମଗୁରୁ ଏସଏସପିରେ ଅଭିଯୋଗ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କୌଣସି ଏଫଆଇଆର ରୁଜୁ ହୋଇନାହିଁ ।
ଅଭିଯୋଗ ମୁତାବକ, ଗତବର୍ଷ ମୁସଲମାନ ଧର୍ମଗୁରୁ ଇମାମ ଜଲାଲୁଦ୍ଦିନ୍ଙ୍କ ବିବାହ ହୋଇଥିଲା। ହେଲେ ବିବାହ କିଛି ଦିନ ପରେ ତାଙ୍କ ପତ୍ନୀ ତାଙ୍କୁ ଦାଢ଼ି କାଟି ଦେବାକୁ ଧମକ ଦେଇଥିଲେ। କାରଣ ସେ ଜଣେ ଆଧୁନିକ ଝିଅ। କିନ୍ତୁ ସେ ଜଣେ ମୌଲବୀ ଥିବାରୁ ଦାଢ଼ି କାଟିପାରିବେ ନାହିଁ ବୋଲି ପତ୍ନୀଙ୍କୁ କହିଥିଲେ।
ବିବାହ ପରଠାରୁ ତାଙ୍କ ପତ୍ନୀ ଦାଢ଼ି କାଟିବାକୁ ନେଇ କ୍ରମାଗତ ଭାବେ ଯୁକ୍ତିତର୍କ କରୁଛନ୍ତି। ମୋର ପିତାମାତାଙ୍କ ସହ ମଧ୍ୟ ବିବାଦ ଲାଗି ରହିଛି। ଏପରିକି ତାଙ୍କ ପତ୍ନୀ ପରିବାର ଓ ତାଙ୍କ ବିରୋଧରେ ମିଛ ମାମଲା ମଧ୍ୟ ରୁଜୁ କରିଛନ୍ତି। କେବଳ ସେତିକି ନୁହେଁ ପତ୍ନୀ ବିବାହ ବିଚ୍ଛେଦ କରିବା ପାଇଁ ଧମକ ମଧ୍ୟ ଦେଇଥିବା ନେଇ ମୌଲବୀ ସ୍ୱାମୀ ଅଭିଯୋଗ ଆଣି ନିଜ ବ୍ୟଥା ବଖାଣିଛନ୍ତି।
Powered by Froala Editor