ବର୍ଷ ଶେଷ ସୁଦ୍ଧା ସ୍ୱାଭାବିକ ଅବସ୍ଥାକୁ ଫେରିବ ଅନ୍ତର୍ଜାତୀୟ ବିମାନ ଚଳାଚଳ
ଚଳିତ ବର୍ଷ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ୱାଭାବିକ ଅବସ୍ଥାକୁ ଫେରିବ । ଏନେଇ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସଚିବ ରାଜୀବ ବନସଲ କହିଛନ୍ତି । ଗତ ସପ୍ତାହରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ ଯେ ସରକାର ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ସ୍ବାଭାବିକ କରିବାକୁ ଉଦ୍ୟମ କରୁଛନ୍ତି । ତେବେ ବିମାନ ଚଳାଚଳକୁ ସ୍ବାଭାବିକ କରିବା ପୂର୍ବରୁ ପୁଣି ଥରେ ଯେପରି କରୋନା ନ ବ୍ୟାପେ ତାହା ଉପରେ ସତର୍କ ଦୃଷ୍ଟି ରଖାଯିବ ।
ଦେଶରେ କୋଭିଡ୍ ଲକଡାଉନ୍ ଯୋଗୁଁ ମାର୍ଚ୍ଚ ବେଳକୁ ଭାରତକୁ ଯାତାୟତ କରୁଥିବା ସମସ୍ତ ଯାତ୍ରୀବାହୀ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। କେବଳ ବନ୍ଦେ ଭାରତ ମିଶନ, ସାମଗ୍ରୀ ଓ ଔଷଧ ପରିବହନ ଚାଲୁରହିଥିଲା । ପରବର୍ତ୍ତୀ ସମୟରେ ସଂକ୍ରମଣ କମିବା ଓ ଟିକାକରଣ ହେବା ପରେ ବିମାନ ଉଡାଣ ଉପରେ କଟକଣା କୋହଳ ହୋଇଥିଲା । ଏପରିକି ଅନ୍ୟ ଦେଶ ସହ ‘ଏୟାର ବବଲ୍’ ବୁଝାମଣା ମଧ୍ୟ କରାଯାଇଥିଲା । ନିକଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ ଯେ ସରକାର ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ସ୍ୱାଭାବିକ କରିବାକୁ ଚାହୁଁଛନ୍ତି । ତେବେ ଗତ ମାସରୁ ଦେଶ ଭିତରେ ବିମାନ ଚଳାଚଳ ଲାଗି ଅନୁମତି ଦିଆଯାଇଥିଲା ।
Powered by Froala Editor