ଗମ୍ଭୀରଙ୍କୁ ଆଇଏସ୍ଆଇଏସ’ରୁ ହତ୍ୟା ଧମକ
‘ବିଜେପି’ର ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟ୍ ଖେଳାଳି ଗୌତମ ଗମ୍ଭୀର ଦିଲ୍ଲୀ ପୁଲସି ନିକଟରେ ହତ୍ୟା ଧମକ ପାଇଥିବା ଅଭିଯୋଗ କରିଛନ୍ତି । ‘ଆଇଏସ୍ଆଇଏସ୍ କଶ୍ମୀର’ ତାଙ୍କୁ ମାରି ଦେବାକୁ ଧମକ ଦେଇଛି। ଏହା ପରେ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଦିଲ୍ଲୀ ସେଣ୍ଟ୍ରାଲ୍ ଡିସିପିଙ୍କ ନିକଟକୁ ପଠାଇଥିବା ଚିଠିରେ ଗମ୍ଭୀର ଦର୍ଶାଇଥିଲେ ଯେ ସେ ‘ଆଇଏସ୍ଆଇଏସ୍ କଶ୍ମୀର’ରୁ ଏକ ଇ-ମେଲ୍ ପାଇଛନ୍ତି। ଏଥିରେ ତାଙ୍କୁ ଓ ତାଙ୍କ ପରିବାରକୁ ମାରି ଦିଆଯିବ ବୋଲି ଲେଖା ହୋଇଛି। ଏହା ସହିତ ସେ ଏନେଇ ମାମଲା ରୁଜୁ କରିବା ସହିତ ତାଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ କହିଥିଲେ। ଏ ସଂକ୍ରାନ୍ତରେ ତଦନ୍ତ ଚାଲିଛି। ଗମ୍ଭୀରଙ୍କ ରାଜେନ୍ଦ୍ର ନଗର ବାସଭବନ ବାହାରେ ନିରାପତ୍ତା ବ୍ୟବସ୍ଥା ବୃଦ୍ଧି କରାଯାଇଛି।
ସୂଚନାଯୋଗ୍ୟ, ୨୦୧୯ରେ ଗୌତମ ଗମ୍ଭୀର ‘ବିଜେପି’ ଟିକେଟରେ ପୂର୍ବ ଦିଲ୍ଲୀ ଆସନ ପାଇଁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୮ରେ କ୍ରିକେଟରୁ ସନ୍ନ୍ୟାସ ନେବା ପୂର୍ବରୁ ସେ ଭାରତୀୟ କ୍ରିକେଟ୍ ଟିମ୍ରେ ୧୫ ବର୍ଷ ଧରି ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି। ଗମ୍ଭୀରଙ୍କୁ ଏହା ପୂର୍ବରୁ ବି ହତ୍ୟା ଧମକ ମିଳିଥିଲା। ୨୦୧୯ ଡିସେମ୍ବର ମାସରେ ଏକ ଅନ୍ତର୍ଜାତୀୟ ନମ୍ବରରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଏନେଇ ସେ ଦିଲ୍ଲୀ ପୁଲିସ୍କୁ ଜଣାଇଥିଲେ।
Powered by Froala Editor