ସମ୍ପତି ବାଂଟିବେ ମୁକେଶ ଅମ୍ବାନୀ, କାହାକୁ ମିଳିବ କେତେ ଜାଣନ୍ତୁ
ନୂଆଦିଲ୍ଲୀ : ଏସିଆ ମହାଦେଶର ବଡ ଧନୀ ମୁକେଶ ଅମ୍ବାନୀ ବେଳ ଥାଉଥାଉ ବନ୍ଧ ବାନ୍ଧିବାକୁ ଯାଉଛନ୍ତି । ଧିରୁ ଭାଇ ଅମ୍ବାନୀଙ୍କ ମୃତୁ୍ୟ ପରେ ମୁକେଶ ଓ ଅନୀଲ ଅମ୍ବାନୀଙ୍କ ମଧ୍ୟରେ ସମ୍ପତି ବିବାଦ ଲାଗିବାରୁ ଉଭୟଙ୍କୁ ପ୍ରଥମେ ବହୁ କ୍ଷତି ସହିବାକୁ ପଡ଼ିଥିଲା । ଏବେ ମୁକେଶଙ୍କ ବ୍ୟବସାୟ ଭଲ ଚାଲିଥିଲେ ବି ଅନୀଲ କିନ୍ତୁ ବରବାଦ ହୋଇସାରିଛନ୍ତି । ଭବିଷ୍ୟତରେ ତାଙ୍କ ପିଲାମାନେ ଯେଭଳି ଅସୁବିଧାରେ ନପଡ଼ନ୍ତି ସେଥିପାଇଁ ସମ୍ପତି ଭାଗ କରିବା ପାଇଁ ମୁକେଶ ଏବେଠାରୁ ଯୋଜନା ଆରମ୍ଭ କରିଦେଇଛନ୍ତି ।
ବିଶ୍ୱର ବହୁ ଧନୀ ପରିବାର କିଭଳି ପ୍ରକ୍ରିୟାରେ ସମ୍ପତି ବାଂଟିଛନ୍ତି ସେସବୁର ୱିଲ ଏବେ ମୁକେଶ ପଢୁଛନ୍ତି । ଚର୍ଚ୍ଚା ଅନୁଯାୟୀ, ବୋଲଟନ ପରିବାର ଯେଭଳି ସମ୍ପତି ବାଂଟିଥିଲେ ସେହି ମଡେ଼ଲକୁ ମୁକେଶ ଅମ୍ବାନୀ କିଛି ମାତ୍ରରେ ଅନୁସରଣ କରିବେ ବୋଲି ଜଣାପଡ଼ିଛି । ଅମ୍ବାନୀ ନିଜ ପରିବାରର ସବୁ ସମ୍ପତି ଓ ସେୟାର ପାଇଁ ଏକ ଟ୍ରଷ୍ଟ କରିବେ । ସବୁ ସମ୍ପତି ସେହି ଟ୍ରଷ୍ଟ ନାମରେ କରିବେ । ସେଇ ଟ୍ରଷ୍ଟ ଜରିଆରେ ରିଲିୟାନ୍ସ ଇଣ୍ଡଷ୍ଟି୍ର ପରିଚାଳିତ ହେବ । ମୁକେଶ ଅମ୍ବାନୀ, ପନôୀ ନୀତା ଅମ୍ବାନୀ ଓ ତାଙ୍କ ତିନି ସନ୍ତାନ ସେହି ଟ୍ରଷ୍ଟ ଓ ରିଲିୟାନ୍ସ ବୋଡର଼୍ରେ ରହିବେ । ସେହି ବୋଡର଼୍ରେ ଅମ୍ବାନୀ ପରିବାରର ବିଶ୍ୱସ୍ତମାନଙ୍କୁ ମଧ୍ୟ ରଖାଯିବ । ଯାହାଫଳରେ କମ୍ପାନୀର ଭବିଷ୍ୟତ ନେଇ କୌଣସି ଆଶଙ୍କା ରହିବ ନାହିଁ ।
ୱାର୍ଲମାଟର ମାଲିକ ସେମ ବୋଲଟନଙ୍କ ମୃତୁ୍ୟ ପରେ ପରିବାର ହାତରେ ସମ୍ପତି ଖଣ୍ଡ ଖଣ୍ଡ କରି ବାଂଟି ଦିଆନଯାଇ ଏକ ବୋଡର଼୍ ଦ୍ୱାରା ପରିଚାଳନା କରାଯାଇଥିଲା । ତେଣୁ ମୁକେଶ ସେହି ମଡେ଼ଲକୁ ଆପଣାଇବେ ବୋଲି ଆଶା କରାଯାଉଛି ।
Powered by Froala Editor