କନ୍ଧମାଳରେ ହେବ ମେଡ଼ିକାଲ କଲେଜ
କନ୍ଧମାଳ: କନ୍ଧମାଳରେ ହେବ ମେଡ଼ିକାଲ କଲେଜ । ୫ଶହ ଶଯ୍ୟାବିଶିଷ୍ଟ ମେଡିକାଲ୍ କଲେଜ ଓ ହସପିଟାଲ କାମ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ ଶୁଭାରମ୍ଭ କାର୍ୟ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି । କନ୍ଧମାଳ ସୁନାର ଭୂମି, ଏ ମାଟିରେ ସୁନା ଫଳେ । କନ୍ଧମାଳ ହଳଦୀ ବିଶ୍ବରେ ଏକ ନାମୀ ବ୍ରାଣ୍ଡ ଭାବେ ପ୍ରତିଷ୍ଠା ଲାଭ କରିଥିବା କହିଛନ୍ତି । ଇକୋ ଟୁରିଜିମ୍ ପାଇଁ କନ୍ଧମାଳ ପର୍ୟ୍ୟଟକଙ୍କ ଆକର୍ଷଣ ପାଲଟିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । କନ୍ଧମାଳରେ ଭିତ୍ତିଭୂମି ବିକାଶକୁ ରାଜ୍ୟ ସରକାରଙ୍କ ଗୁରୁତ୍ବ ଦେଇଛନ୍ତି।
ସେହିପରି କନ୍ଧମାଳରେ ବିଜୁ ସେତୁ ଯୋଜନାରେ ୧୨୦କୋଟି ଟଙ୍କା ବିନିଯୋଗରେ ୬୯ଟି ଗ୍ରାମପଞ୍ଚାୟତରେ ଯୋଗାଯୋଗରେ ଉନ୍ନତି କରାଯାଇଛି । ଏହାଦ୍ବାରା ୨ଲକ୍ଷ ଲୋକ ଏହାଦ୍ବାରା ଉପକାର ପାଇଛନ୍ତି । ବାଲିଗୁଡ଼ାରେ ୨୨୦/୩୩ କେଭି ଗ୍ରୀଡ୍ ସବଷ୍ଟେସନ୍ କାମ ଶୀଘ୍ର ସରିବ । ଏହାଦ୍ବାରା କେ. ନୂଆଗାଁ, ତୁମୁଡିବନ୍ଧ, କୋଟାଗୁଡା, ଦାରିଙ୍ଗବାଡ଼ି, ବାଲିଗୁଡାର ୩୪ ହଜାର ପରିବାର ଉପକାର ପାଇବେ । ସ୍ମାର୍ଟ କାର୍ଡ ଦ୍ୱାରା ଦେଶର ୨ଶହରୁ ଅଧିକ ବଡ଼ ବଡ ହସପିଟାଲରେ ମାଗଣାରେ ଉତ୍ତମ ସ୍ବାସ୍ଥ୍ୟସେବା ପାଇପାରିବେ ।
Powered by Froala Editor