ବାଳ ସୁଧାର ଗୃହରୁ ୬ ଚମ୍ପଟ
ବ୍ରହ୍ମପୁର: ବ୍ରହ୍ମପୁର ବାଳସୁଧାର ଗୃହରୁ ୬ ଜଣ ଲୁଚି ପଳାଇଛନ୍ତି । ଆଜି ଭୋର ୪ଟାରେ ବ୍ରହ୍ମପୁର ବାଳସୁଧାର ଗୃହରୁ ୬ଜଣ ନାବାଳକ ସୁଧାର ଗୃହର ଝରକା ରେଲିଂ ତାଡି ଚମ୍ପଟ ମାରିଛନ୍ତି । ଏନେଇ ବୈଦନାଥପୁର ଥାନାରେ ଅଭିଯୋଗ ହୋଇଛି । ଗତ କିଛି ବର୍ଷ ପୂର୍ବେ ଏଠାରେ ରହିଥିବା କିଛି ଅନ୍ତେବାସୀ ଚମ୍ପଟ ମାରିଥିଲେ, ଏପର୍ଯ୍ୟନ୍ତ ସେମାନଙ୍କ ଭିତରୁ କିଛି ଜଣଙ୍କ ପତ୍ତା ମଧ୍ୟ ମିଳିନାହିଁ । ତେବେ ପୁଣି ଆଜି ୬ ଜଣ ଚମ୍ପଟ ମାରିଥିବାରୁ ବାଳସୁଧାର ଗୃହର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନପ ଉଠୁଛି । ତେବେ ଏହାର ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ସହ ଶିଶୁ ବିକାଶ ଅଧିକାରୀ ଆଲୋଚନା କରୁଛନ୍ତି ।
ଯେଉଁ ନାବାଳକମାନେ ଅପରାଧ କରନ୍ତି କିମ୍ବା କୌଣସି ଦଣ୍ଡନୀୟ କାମ କରନ୍ତି, ସୋମନଙ୍କ ସୁଧାରିବା ପାଇଁ ବାଳ ସୁଧାର ଗୃହରେ ରଖାଯାଏ । ତେବେ ସୁଧାର ଗୃହରେ ଦୁଇ ଦୁଇ ଥର ଏପରି ଘଟଣା ଘଟବାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ଚମ୍ପଟ ମାରିଥିବା ଅନ୍ତେବାସୀଙ୍କୁ ପୋଲିସ୍ ଖୋଜାଖୋଜି କରୁଛି ।
Powered by Froala Editor