ମାସ୍କରେ ସିମ୍ ରଖି ପରୀକ୍ଷା ହଲ୍ରେ ପହଞ୍ଚିଲେ ପରୀକ୍ଷାର୍ଥୀ, ତାପରେ କ’ଣ ହେଲା ଜାଣନ୍ତୁ...
କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ଓ ଦୂରତା ଜରୁରି ହୋଇପଡିଛି । ଅଧିକାଂଶ ସ୍ଥାନରେ ଲକଡାଉନ ଖୋଲିଥିଲେ ବି ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଉଛି । ହେଲେ ମାସ୍କର ଦୁରୂପଯୋଗ କରିବାକୁ ଲୋକେ ପଛଉନାହାନ୍ତି । ଏମିତି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ଏକ ପରୀକ୍ଷା ସେଣ୍ଟରରେ । ଇଲେକ୍ଟ୍ରୋନିକ୍ ଯନ୍ତ୍ରାଂଶ ଲାଗିଥିବା ମାସ୍କ ପିନ୍ଧି ପରୀକ୍ଷା ହଲ୍ରେ ପ୍ରବେଶ କରୁଥିବା ବେଳେ ଜଣେ ପରୀକ୍ଷାର୍ଥୀ ପୋଲିସ୍ ହାତରେ ଧରାପଡ଼ିଥିଲେ।
ସୂଚନା ଅନୁସାରେ, ହିଞ୍ଜେୱାଡି ସ୍ଥିତ ଏକ ସ୍କୁଲ୍ରେ ପୋଲିସ କନଷ୍ଟେବଲ୍ ପରୀକ୍ଷା ଦେବା ପାଇଁ ଜଣେ ପରୀକ୍ଷାର୍ଥୀ ମୁହଁରେ ମାସ୍କ ପିନ୍ଧି ପରୀକ୍ଷା ହଲ୍ ଭିତରକୁ ପ୍ରବେଶ କରୁଥିବା ବେଳେ ତାଙ୍କୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଜଣାପଡ଼ିଥିଲା, ପରୀକ୍ଷାର୍ଥୀ ଜଣକ ପିନ୍ଧି ଥିବା ମାସ୍କରେ ଇଲେକ୍ଟ୍ରୋନିକ୍ ଯନ୍ତ୍ରାଂଶ ଲାଗିଛି। ଏଥିରେ ଗୋଟିଏ ସିମ୍ କାର୍ଡ, ମାଇକ୍ ଓ ବ୍ୟାଟେରୀ ଲାଗିଥିବା ଜଣାପଡ଼ିଥିଲା। ହେଲେ ତାଙ୍କର ଏହି କପି କରିବାର ହାଇଟେକ୍ ଜୁଗାଡ଼ ପୋଲିସ୍ ଜାଣିବା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
Powered by Froala Editor