ଆର୍ଯ୍ୟନ ଡ୍ରଗ୍ସ ସମ୍ପର୍କିତ କୌଣସି ବେଆଇନ କାର୍ଯ୍ୟ କରିବା ନେଇ ପ୍ରମାଣ ନାହିିଁ
ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍ ମାମଲାରେ ବେଲ୍ ଅର୍ଡରର ସବିଶେଷ ନକଲ ପ୍ରକାଶ ପାଇଛି । ବମ୍ୱେ ହାଇକୋର୍ଟଙ୍କ ପକ୍ଷରୁ ପ୍ରଦାନ ଜାମିନ ଆଦେଶରେ, ଆର୍ଯ୍ୟନ ଡ୍ରଗ୍ସ ସମ୍ପର୍କିତ କୌଣସି ବେଆଇନ କାର୍ଯ୍ୟ କରିବା ନେଇ ପ୍ରମାଣ ନାହିିଁ । ଆର୍ଯ୍ୟନ ଖାନ, ଅରବାଜ ମରଚାଣ୍ଟ ଓ ମୁନମୁନ ଧମେଚାଙ୍କ ମଧ୍ୟରେ ହୋଇଥିବା ହ୍ୱାଟସ୍ ଆପ୍ ଚାଟ୍ରେ କୌଣସି ପ୍ରକାର ଆପତ୍ତଜନିକ ବିଷୟ ନଥିବା କହିଛନ୍ତି କୋର୍ଟ । କେବଳ କ୍ରୁଜରେ ଉପସ୍ଥିତି ଅପରାଧର ଆଧାର ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।
କୋର୍ଟ ତାଙ୍କ ଆଦେଶରେ ଏହା ବି କହିଛନ୍ତି ଯେ, ଏନଡିପିଏସ ଅଧିନିୟମ ଧାରା ୬୭ ମୁତାବକ ଏନସିବି ଦ୍ୱାରା ଦାଖଲ ହୋଇଥିବା ସ୍ୱୀକାରୋକ୍ତିକୁ କେବଳ ମାମଲାର ଯାଞ୍ଚ ପାଇଁ ବ୍ୟବହାର କରାଯାଇପାରିବ । ଏହାକୁ ଅନୁମାନ ଲଗାଇବା କିମ୍ବା ପ୍ରମାଣ କରିବା କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।
ଗତ ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀରେ ହୋଇଥିବା ରେଡରେ ୧୩ ଗ୍ରାମ କୋକେନ, ୫ଗ୍ରାମ ମେପେଡ୍ରେନ୍, ୨୧ ଗ୍ରାମ ଚରସ, ଏମ୍ଡିଏମ୍ଏର ୨୨ ବଟିକା ଏବଂ ୧.୩ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିବା ଏନସିବି ପକ୍ଷରୁ ଦାବି କରାଯାଇଥିଲା । ପରେ ଆର୍ଯ୍ୟନ ଖାନ୍, ମାର୍ଚ୍ଚେଣ୍ଟ ଏବଂ ଧମେଚାଙ୍କୁ ଜାମିନ ମିଳିଥିଲା । ଅକ୍ଟୋବର ୨୮ ତାରିଖରେ ବମ୍ୱେ ହାଇକୋର୍ଟଙ୍କ ପକ୍ଷରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ଯାହା ଏକ ସର୍ଟ ଅର୍ଡର ହୋଇଥିବା ମାନ୍ୟବର କୋର୍ଟଙ୍କ ପକ୍ଷରୁ ଜାମିନ ଆଦେଶର ସବିଶେଷ କାରଣ ପ୍ରକାଶ କରିଛନ୍ତି ।
Powered by Froala Editor