ଯାଆଁଳା ସନ୍ତାନର ମା’ ହେଲେ ଡିମ୍ପଲ ଗାର୍ଲ
ମୁମ୍ବାଇ: ୪୬ ବର୍ଷ ବୟସରେ ବଲିଉଡର ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟ ମା’ ହୋଇଛନ୍ତି । ସେ ଦୁଇଟି ଯାଆଁଳା ସନ୍ତାନଙ୍କ ମା’ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଝିଅ ଓ ଜଣେ ପୁଅ ଥିବା ଜଣାଯାଇଛି । ପ୍ରୀତି ଏନେଇ ଆଜି ସକାଳେ ଇନଷ୍ଟାରେ ଏକ ପୋଷ୍ଟ ଶେଆର କରି ନିଜ ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ଉଭୟ ସନ୍ତାନଙ୍କ ନାମ ଜୟ ଓ ଜିଆ ଦିଆଯାଇଥିବା ପ୍ରୀତି ଜଣାଇଛନ୍ତି ।
ଇନ୍ଷ୍ଟାରେ ସ୍ୱାମୀ ଜେନେଙ୍କ ସହ ଏକ ଫଟୋ ଶେଆର କରି ପ୍ରୀତି ଲେଖିଛନ୍ତି, ମୁଁ ଆଜି ସମସ୍ତଙ୍କ ସହ ଗୋଟିଏ ଆଶ୍ଚର୍ଯ୍ୟଜନକ ଖବର ବାଣ୍ଟିବାକୁ ଚାହୁଁଛି । ଜେନ୍ ଏବଂ ମୁଁ ଅତ୍ୟଧିକ ଆନନ୍ଦିତ ଏବଂ ଆମର ହୃଦୟ କୃତଜ୍ଞତା ତଥା ଭଲ ପାଇବାରେ ଭରି ଯାଇଛି । ଆମେ ଆମ ଯାଆଁଳା ସନ୍ତାନ ଜୟ ଜିଣ୍ଟା ଗୁଡେନୋଫ୍ ଏବଂ ଜିଆ ଜିଣ୍ଟା ଗୁଡେନୋଫଙ୍କୁ ଆମ ପରିବାରକୁ ସ୍ୱାଗତ କରୁଛୁ । ଆମେ ଆମ ଜୀବନର ଏହି ନୂତନ ପର୍ଯ୍ୟାୟ ପାଇଁ ଖୁବ୍ ଉସôାହିତ ଅଛୁ । ଏହି ଅବିଶ୍ୱସନୀୟ ଯାତ୍ରାର ଅଂଶ ହୋଇଥିବାରୁ ଅଭିନେତ୍ରୀ ଜଣକ ଡାକ୍ତର, ନର୍ସ ତଥା ସରୋଗେଟଙ୍କୁ ଧନ୍ୟବାଦ ଜଣାଇବାକୁ ଭୁଲି ନାହାନ୍ତି ।
Powered by Froala Editor