ଏମିତି ବି ମୃତୁ୍ୟ ଆସେ, ପୋଖରୀରେ ବୁଡି ମା’ ପୁଅ ମୃତ
କଟକ: ଏମିତି ବି ମୃତୁ୍ୟ ଆସେ, ପୋଖରୀରେ ବୁଡି ମାଆ, ପୁଅ ମୃତ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳିର କୃଷ୍ଣପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ପୁରୁଣାସାତଙ୍ଗ ଗାଁ’ରେ । ସୂଚନା ଅନୁସାରେ ମା’ ରିତା ମିଶ୍ର ଓ ପୁଅ ପ୍ରଭୁ ମିଶ୍ରଙ୍କୁ ସାଙ୍ଗରେ ନେଇ ବାପ ଘରକୁ ଯାଇଥିଲେ । ବାପଘରେ ପୋଖରୀରେ ଗାଧୋଇବାକୁ ଯାଇଥିବାବେଳେ ମା’ ଓ ପୁଅ ବୁଡିଯାଇଥିବା ଜଣାପଡିଛି ।
ରିତାଙ୍କ ବୟସ ୨୭ ବର୍ଷ ହୋଇଥିବା ବେଳେ ପୁଅକୁ ୭ବର୍ଷ ହୋଇଥିବା ଜଣାଯାଇଛି । କାକଟପୁର ଭେଡାବନ୍ଧରେ ରିତାଙ୍କ ଶ୍ୱଶୁର ଘର । ଆଜି ସକାଳେ ପୋଖରୀରେ ଗାଧୋଉଥିବାବେଳେ ବୁଡିଯାଇଥିଲେ । ଏନେଇ ଗ୍ରାମବସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଏହି ଭଳି ଏକ ଦୁଃଖଦ ଘଟଣା ପାଇଁ ସାରା ଗାଁ’ରେ ଶୋକର ଛାୟା ଖେଳିଯାଇଛି ।
Powered by Froala Editor