ନକ୍ସଲଙ୍କ କବଳରୁ ମୁକୁଳିଲେ ଯନ୍ତ୍ରୀ, ଠିକାଦାର ଭାବି ଉଠାଇ ନେଇଥିଲେ
ପ୍ରଜାକୋର୍ଟରେ ବିଚାର ପରେ ନକ୍ସଲଙ୍କ କବଳରୁ ମୁକୁଳିଛନ୍ତି କନିଷ୍ଠ ଯନ୍ତ୍ରୀ ଅଜୟ ରୋଷନ ଲାକ୍ରା। ଛତିଶଗଡ଼ରେ ଗତ ୧୨ ତାରିଖରେ କନିଷ୍ଠ ଯନ୍ତ୍ରୀ ଅଜୟ ରୋଷନ ଲାକ୍ରା ଓ ତାଙ୍କର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ବିଜାପୁର ଅଞ୍ଚଳରେ ଚାଲିଥିବା ରାସ୍ତା କାର୍ଯ୍ୟର ତଦାରଖ କରିବାକୁ ଯାଇଥିଲେ। ସେତେବେଳେ ନକ୍ସଲମାନେ ତାଙ୍କୁ ଅଜୟଙ୍କୁ ଠିକାଦାର ଭାବି ଅପହରଣ କରି ନେଇଥିଲେ। ଜଙ୍ଗଲରେ ରଖି ଠିକାରଦାର କି ନୁହେଁ ବାରମ୍ୱାର ପଚାରୁଥିଲେ।
ଏପଟେ ସ୍ୱାମୀ ନକ୍ସଲଙ୍କ କବ୍ଜାରେ ଥିବା ଜାଣିବା ପରେ ପତ୍ନୀ ଅର୍ପିତା ଏ ଜଙ୍ଗଲରୁ ସେ ଜଙ୍ଗଲ ଘୁରି ବୁଲୁଥିଲେ। ଆଉ ସ୍ୱାମୀଙ୍କୁ ଛାଡ଼ିବା ପାଇଁ ନକ୍ସଲଙ୍କୁ ଅନୁରୋଧ କରୁଥିଲେ। ଅପହରଣ ସପ୍ତମ ଦିନରେ ଆଜି କୁରନା ଜଙ୍ଗଲରେ ବସିଥିଲା ପ୍ରଜାକୋର୍ଟ। ନକ୍ସଲମାନେ କନିଷ୍ଠ ଯନ୍ତ୍ରୀ ଅଜୟ ରୋଷନ ଲାକ୍ରାଙ୍କୁ ହାଜର କରାଇ ଥିଲେ। ଦୀର୍ଘ ତିନି ଘଣ୍ଟା ଧରି ବିଚାର ଚାଲିଲା। ପରେ ନକ୍ସଲ ନେତାମାନେ ଅଜୟଙ୍କୁ ତାଙ୍କ ପତ୍ନୀ ଅର୍ପିତା ଓ ଅନ୍ୟ ମଧ୍ୟସ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ନକ୍ସଲଙ୍କ କବଳରୁ ମୁକୁଳିବା ପରେ ଅଜୟ ତାଙ୍କ ପତ୍ନୀଙ୍କ ସହ ଘରକୁ ଫେରୁଛନ୍ତି।
Powered by Froala Editor