ବିଜେଡିର ଏଜେଣ୍ଟ ସାଜିଛି ପୁଲିସ: ଲେଖାଶ୍ରୀ
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ପୂର୍ବରୁ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ୟ୍ୟ ଓ ତାଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରିବା ନିନ୍ଦନୀୟ ଓ ଅଗଣତାନ୍ତ୍ରିକ । ରାଜ୍ୟ ସରକାର ଭୟଭୀତ । ଓଡ଼ିଶା ପୋଲିସ ଅପରାଧୀଙ୍କୁ ଧରିବା ଜାଗାରେ ଆଜି ଜୋର ଜବରଦସ୍ତି ପ୍ରତିବାଦର ସ୍ୱରକୁ ଦମନ କରିବା ପାଇଁ ଚେଷ୍ଟା କରୁଛି ଓ ଶାସକ ବିଜେଡିର ଏଜେଣ୍ଟ ସାଜିଛି । ଏହାଠାରୁ ଦୁର୍ଭାଗ୍ୟର ବିଷୟ କିଛି ନାହିଁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର । ବିରୋଧ କରିବାର ସମସ୍ତଙ୍କର ଅଧିକାର ରହିଛି । ଗଣତାନ୍ତ୍ରିକ ପଦ୍ଧତିକୁ ଏ ସରକାର ସମ୍ମାନ ଦିଅନ୍ତୁ ବୋଲି କହୁଛୁ ବୋଲି କହିଛନ୍ତି ଲେଖାଶ୍ରୀ ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗସ୍ତ ପୂର୍ବରୁ ବରଗଡ଼ ଭଟଲିରୁ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ୟ୍ୟଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରତିବାଦ ଓ ବିରୋଧ ଭୟରେ ପୋଲିସ ଗିରଫ କରିଥିବା ନେଇ କୁହାଯାଉଛି ।
ଏନେଇ ଇରାଶିଷ ଆଚାର୍ୟ୍ୟ କହିଛନ୍ତି ଯେ ମମିତା ମେହେର ହତ୍ୟାକାଣ୍ଡରେ ସାରା ରାଜ୍ୟରେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଉଛି । କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରାଯିବା ସହ ମମିତା ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ କରିବା ନେଇ ଦାବି କରୁଛୁ । ଯେପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ଏହି ମାମଲାରେ ହସ୍ତକ୍ଷେପ ନ କରିଛନ୍ତି ସେ ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରାଯିବ ।
Powered by Froala Editor