ବାର୍ହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ୍ ତାର, ଚାଲିଗଲା ଯୁବକଙ୍କ ଜୀବନ
ନୟାଗଡ଼: ବାର୍ହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ୍ ତାର । ହେଲେ ଅସାବଧାନତାରୁ ଚାଲିଗଲା ଯୁବକଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଟାକେରା ଜଙ୍ଗଲରେ । ମୃତକ ହେଲେ ନାହାକପଡ଼ା ଗାଁର ଅତନୁ ବେହେରା । ପୁଲିସ୍ ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅତନୁ ଗାଁର ତିନି ଜଣ ଯୁବକଙ୍କ ସହିତ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ସମେସ୍ତ ଘରକୁ ଫେରିଥିଲେ ମଧ୍ୟ ଅତନୁ ଆସିନଥିଲେ । ପରିବାର ଲୋକେ ଅନ୍ୟ ଯୁବକଙ୍କୁ ଏନେଇ ପଚରାଉଚରା କରିଥିଲେ । ହେଲେ ସେମାନେ କିଛି କହିନଥିଲେ । ଶେଷରେ ତାଙ୍କ ବାପା ବହୁ ଖୋଜାଖୋଜି କରିବା ପରେ ଅତନୁଙ୍କ ମୃତ ଦେହ ପାଇଥିଲେ ।
Powered by Froala Editor