ବିଶେଷଜ୍ଞଙ୍କ ଚେତାବନୀ : ୧୫ ଗୁଣା ବଢ଼ିବ ହିଟ୍ ଷ୍ଟ୍ରେସ୍
ବଢିବାରେ ଲାଗିଛି ଭାରତର ଦକ୍ଷିଣ-ପୂର୍ବ ସ୍ଥିତ ହିନ୍ଦ ମହାସାଗର ଏବଂ ଦକ୍ଷିଣ-ପଶ୍ଚିମ ମହାସାଗରର ତାପମାତ୍ରା । ବାକି ସମୁଦ୍ର ତୁଳନାରେ ହିନ୍ଦ ମହାସାଗର ଏବଂ ଦକ୍ଷିଣ-ପଶ୍ଚିମ ମହାସାଗରର ତାପମାତ୍ରା ତିନିଗୁଣା ବଢୁଛି । ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ମହାସାଗରରେ ତାପମାତ୍ରା ବଢିବା କାରଣରୁ ଦକ୍ଷଣ-ପୂର୍ବ ଏସିଆ ଏବଂ ଦକ୍ଷିଣ ଆଷ୍ଟ୍ରେଲିଆର ଅନେକ ସ୍ଥାନ ଜଳମଗ୍ନ ହୋଇଯିବାର ସମ୍ବାବନା ସୃଷ୍ଟି ହୋଇଛି । ଏ ନେଇ ଚେତାବନୀ ଦେଇଛନ୍ତି ବିଶ୍ୱ ପାଣିପାଗ ବିଶେଷଜ୍ଞ ।
ବ୍ରିଟେନ ପାଣିପାଗ ବିଭାଗର ରିପୋର୍ଟରେ କୁହାଯାଇଛି ଯେ ଯଦି ବିଶ୍ୱର ତାପମାତ୍ରା ୨ ଡିଗ୍ରୀ ବି ବଢ଼ିଯାଏ, ତା’ହେଲେ ଉତ୍ତାପ ଚାପ (ହିଟ୍ ଷ୍ଟ୍ରେସ)ରେ ପ୍ରାୟ ୧୫ ଗୁଣା ବୃଦ୍ଧି ଦେଖିବାକୁ ମିଳିପାରେ। ଏହାଦ୍ୱାରା ପୃଥିବୀର ପ୍ରତ୍ୟେକ କ୍ଷେତ୍ରରେ ରହୁଥିବା ଲୋକମାନେ ପ୍ରଭାବିତ ହେବେ।
୧୯୯୩ ମସିହାଠୁ ଆରମ୍ଭ କରି ଏବେ ଯାଏଁ ଦୁଇଗୁଣା ବଢିଛି ସମୁଦ୍ରିକ ତାପମାତ୍ରା । ତେଣୁ ଏବେଠୁ ଯଦି କୌଣସି ପଦକ୍ଷେପ ନିଆନଯାଏ ତେବେ ଆଗକୁ ଭାରତ, ଅଷ୍ଟ୍ରେଲିଆ ସମେତ ଅନ୍ୟ ସାମୁଦ୍ରିକ ନିକଟବର୍ତ୍ତି ଦେଶଗୁଡିକ ନିଆଁ ଏବଂ ପାଣିରେ ବିଲୀନ ହୋଇଯିବା ସମ୍ବାବନା ରହିଛି ବୋଲି ବିଶେଷଜ୍ଞ ଚେତାବନୀ ଦେଇଛନ୍ତି।
Powered by Froala Editor