ଆର ହରି କୁମାର ହେବେ ଭାରତୀୟ ନୌସେନାର ମୁଖ୍ୟ
ଭାରତୀୟ ନୌବାହିନୀର ପରବର୍ତ୍ତୀ ମୁଖ୍ୟ ହେବେ ଭାଇସ ଆଡମିରାଲ ଆର ହରି କୁମାର । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏହା ଘୋଷଣା କରାଯାଇଛି । ସେ ଚଳିତ ମାସ ୩୦ ତାରିଖରେ ଆଡମିରାଲ କରମବୀର ସିଂଙ୍କ ଠାରୁ ଏହି ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ଆର ହରି କୁମାର ଓ୍ବେଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ଫ୍ଲାଗ ଅଫିସର କମାଣ୍ଡିଂ ଇନ୍ ଚିଫ ଭାବରେ କାର୍ଯ୍ୟ କରୁଛନ୍ତି ।
ଭାଇସ ଆଡ଼ମିରାଲ ଆର ହରି କୁମାରଙ୍କ ଜନ୍ମ ୧୨ ଏପ୍ରିଲ ୧୯୬୨ମସିହାରେ । ସେ ଭାରତୀୟ ନୌସେନାର ଏକଜିକ୍ୟୁଟିଭ ଶାଖାରେ ୧ ଜାନୁଆରୀ ୧୯୮୩ରେ ସାମିଲ ହୋଇଥିଲେ । ନୌସେନାରେ ୩୯ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ନୌସେନାର ବିଭିନ୍ନ ପଦ ପଦବୀରେ କାମ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଭାଇସ ଆଡମିରାଲ କୁମାରଙ୍କର ଆଇଏନଏସ ନିଶଙ୍କ, ଆଇଏନଏସ କରଭେଟ, ଆଇଏନଏସ କୋରା, ଗାଇଡେଡ ମିସାଇଲ ଡେଷ୍ଟ୍ରୟର ଆଇଏନଏସ ରଣବୀର ଏବଂ ମିସାଇଲ କରଭେଟ ଆଦିରେ କାର୍ଯ୍ୟ କରିବାର ୩୯ ବର୍ଷର ଅଭିଜ୍ଞତା ରହିଛି ।
Powered by Froala Editor