ତାତିଲା ଏବିଭିପି, ପୋଲିସ-ଏବିଭିପି କର୍ମୀ ଧସ୍ତାଧସ୍ତି
ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାକୁ ମାସେ ପୂରିଥିଲେ ମଧ୍ୟ ଏଯାଏ କମିନି ଆନେ୍ଦାଳନ । ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆନେ୍ଦାଳନ ତୀବ୍ର କରୁଥିବା ବେଳେ, ଆଜି ରାଜ୍ୟର ଅଖିଳ ଭାରତୀ ବିଦ୍ୟାର୍ଥି ପରିଷଦ ନବୀନ ନିବାସ ଘେରାଉ କରୁଛି ।
ମମିତା ହତ୍ୟା ମାମଲାରେ ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ମମିତା ହତ୍ୟା ମାମଲାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ସହ ଘଟଣାର ସିବିଆଇ ତଦନ୍ତ ଦାବି କରି ଅଖିଳ ଭାରତୀ ବିଦ୍ୟାର୍ଥି ପରିଷଦ ପକ୍ଷରୁ ଆଜି ନବୀନ ନିବାସ ଘେରାଉ ପାଇଁ ରାଜମହଲ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥଲା, ଏହି ଶୋଭାଯାତ୍ରାରେ ଶହଶହ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ନାରାବାଜି ସହ ଶିଶୁଭବନ ଛକରେ ଏବିଭିପି କର୍ମୀ ବ୍ୟାରିକେଟ ଭାଙ୍ଗିବାରୁ ପୋଲିସ୍ ଓ ଏବିଭିପି କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛନ୍ତି ।
ଘଟଣାକୁ ମାସେ ବିତିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମମିତାକୁ ନ୍ୟାୟ ଦେବା ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିକ୍ଲା ଗସ୍ତ କରି ସ୍ମାର୍ଟ କାର୍ଡ ବାଣ୍ଟିବା କାର୍ଯ୍ୟକ୍ରମକୁ ଅଖିଳ ଭାରତୀ ବିଦ୍ୟାର୍ଥି ପରିଷଦ ପକ୍ଷରୁ କଡା ନିନ୍ଦା କରାଯାଇଛି ।
Powered by Froala Editor