ଦେଶରେ ଦିନକରେ ୧୦,୧୨୬ ନୂଆ ସଂକ୍ରମିତ, ୩୩୨ ମୃତ
ନୂଆଦିଲ୍ଲୀ: କମୁଛି ଦେଶର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର ୧୦ ହଜାର ୧୨୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ୨୬୬ ଦିନ ମଧ୍ୟରେ ସର୍ବନିମ୍ନ । ଏପଟେ ପଜିଟିଭ ମାମଲା କମିବା ସହ ସୁସ୍ଥସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗୋଟିଏ ଦିନରେ ଦେଶରୁ ମୋଟ ୧୧ ହଜାର ୯୮୨ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ ୩୩୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୩ ଲକ୍ଷ ୭୭ ହଜାର ୧୧୩ ରେ ପହଁଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬୧ ହଜାର ୩୮୯ରେ ପହଞ୍ଚିଛି ।କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଦିନକ ମଧ୍ୟରେ ୧୧ ହଜାର ୯୮୨ ଜଣ ସୁସ୍ଥ ହୋଇଛନ୍ତି, ଯାହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩ କୋଟି ୩୭ ଲକ୍ଷ ୭୫ ହଜାର ୮୬ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ ୧ ଲକ୍ଷ ୪୦ ହଜାର ୬୩୮ଟି ସକ୍ରିୟ ମାମଲା ରହିଛି, ଯାହାକି ୨୬୩ ଦିନ ମଧ୍ୟରେ ସର୍ବନିମ୍ନ ଅଟେ ।
Powered by Froala Editor