କୂଅରେ ପଡି ଦୁଇ ଭାଈ ମୃତ
ସମ୍ବଲପୁର: କୂଅ ଚାନ୍ଦିନି ଉପରେ ବସିଥିବା ବେଳେ ପ୍ରଥମେ ଜଣେ ଭାରସାମ୍ୟ ହରାଇ କୁଅ ଭିତରକୁ ପଡିଯିବା ପରେ ଆଉ ଜଣେ ମଧ୍ୟ କୂଅ ଭିତରେ ପଡିଯାଇଥିଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରର ଲକ୍ଷ୍ମୀ ଟକିଜ୍ କଲୋନିରେ । ଏହି କଲୋନୀରେ ରହୁଥିବା ଦୁଇ ଭାଈ ସୁନିଲ ତ୍ରୀପାଠି ଓ ସୁଶିଲ ତ୍ରୀପାଠି କୂଅ ଭିତରେ ପଡି ପ୍ରାଣ ହରାଇଛନ୍ତି ।
ଦୁଇ ଭାଈ କୂଅରେ ପଡିଯିବା ସମୟର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ଦୁଇ ଭାଈ ନିଶାଶକ୍ତ ଥିବା ଯୋଗୁଁ ଭାରସାମ୍ୟ ହରାଇ କୂଅରେ ପଡି ମୃତୁ୍ୟ ହୋଇଥିବା ପୋଲିସ୍ ଅନୁମାନ କରୁଛି ବୋଲି ସୂଚନା ମିଳିଛି ।
Powered by Froala Editor