କାଲିଠୁ 'ଘର ଘର ଦସ୍ତକ' ଟୀକାକରଣ କାର୍ୟ୍ୟକ୍ରମ ଆରମ୍ଭ
ଭୁବନେଶ୍ୱର:ଆସନ୍ତାକାଲି ଠାରୁ 'ଘର ଘର ଦସ୍ତକ' ଟୀକାକରଣ କାର୍ୟ୍ୟକ୍ରମ ଆରମ୍ଭ ହେବ। ସମ୍ମୁଖ ଯୋଦ୍ଧା ତଥା ସ୍ୱାସ୍ଥ୍ୟ କର୍ମୀ,ଆଶା କର୍ମୀ ନର୍ସ, ଏସଏଜି ଗ୍ରୁପଙ୍କ ସହଯୋଗରେ କାର୍ୟ୍ୟକ୍ରମ କରାଯିବ। କେଉଁମାନେ ପ୍ରଥମ ଓ ଦ୍ୱିତୀୟ ଡୋଜ ଟିକା ନେଇ ନାହାନ୍ତିଁ । ତାଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରାଯିବ। ଏହି କାର୍ୟ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଯେତେ ଜଣ ରାଜ୍ୟରେ ଟିକା ନେବା ପାଇଁ ହିତାଧିକାରୀ ରହିଛନ୍ତି । ସେମାନଙ୍କର ଶତ ପ୍ରତିଶତ ଟୀକାକରଣ ଏ ମାସରେ ହେବ । ଏବଂ ଯେଉଁ ମାନେ ପ୍ରଥମ ଡୋଜ ନ ନେଇ ଅଛନ୍ତି । ସେମନଙ୍କୁ କିଭଳି ଭାବରେ ଟୀକାକରଣ ପାଇଁ ଚେଷ୍ଟା କରାଯିବ।
ଡିସେମ୍ବର ସୁଧା ଯେଭଳି ଭାବରେ ପ୍ରଥମ ଡୋଜ ଟୀକାରଣର ଶତପ୍ରତିଶତ ସାରିବାକୁ ଲକ୍ଷ ରଖାଯାଇଛି। ଏହି ମାସ ସାରା ଏହି କାର୍ୟ୍ୟକ୍ରମ ଜାରି ରହିବ। ନଭେମ୍ବର ମାସରେ ପ୍ରଥମ ଡୋଜ ଟିକା ନେବାକୁ ପ୍ରବର୍ତ୍ତା ଯିବ। ଯାହା ହେଉଛି 'ଘର ଘର ଦସ୍ତକ' ଟିକାକରଣ କାର୍ୟ୍ୟକ୍ରମର ମୁଖ୍ୟ ଲକ୍ଷ। ଡିସେମ୍ବର ଶେଷ ସୁଧା ୧୮ ବର୍ଷରୁ ଅଧିକ ସମସ୍ତେ ଯେମିତି ପ୍ରଥମ ଡୋଜ ଟିକା ନେଇ ସାରିବେ ତା ଉପରେ ଧ୍ୟାନ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଟିକା କରଣ କେନ୍ଦ୍ରକୁ ମଧ୍ୟ ବୃଦ୍ଧି କରାଯାଇଛି ।ଆଜି ରାଜ୍ୟରେ ୨ ହଜାର ୩୦୦ ଟୀକାକରଣ କେନ୍ଦ୍ରରେ ଟୀକାକରଣ କରାଯାଉଛି। ଏଥିପାଇଁ ବିଭିନ୍ନ ଗ୍ରାମାଞ୍ଚଳରେ ନୂତନ ଟିକା କରଣ କେନ୍ଦ୍ର ଖୋଲାଯାଉଛି। ଯେଉଁଠାରେ ବଡ଼ ବଡ଼ ଗାଁ ରହିଛି ସେଥିରେ ୧୦୦ ରୁ ଉର୍ଦ୍ଧ ହିତାଧିକାରୀ ରହିଛନ୍ତି । ସେମାନଙ୍କ ପାଇଁ ଗୋଟିଏ ଟିକାକାରଣ କେନ୍ଦ୍ର କରାଯିବ। ଯାହା ଦ୍ୱାରା ଗ୍ରାମାଞ୍ଚଳର ବ୍ୟକ୍ତିମାନେ ସହଜରେ ଟିକା ନେଇପାରିବେ।
Powered by Froala Editor