ଅକ୍ସିଜେନ ନେଇ ଯାଉଥିବା କୌଣସି ଗାଡ଼ି ଅଟକା ଯିବନି
ଅକ୍ସିଜେନ ନେଇ ଯାଉଥିବା କୌଣସି ଗାଡିକୁ ଅଟକାଯାଇ ପାରିବ ନାହିଁ । ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ଲାଗି ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଦେଶରେ ହଠାତ କରୋନା ସଂକ୍ରମଣ ବଢିଯିବାରୁ କେତେକ ରାଜ୍ୟର ସରକାର ନିଜ ନିଜ ସୀମା ସିଲ କରିଛନ୍ତି । ଯାନବାହାନ ଚଳାଚଳ ଉପରେ କଟକଣା ଲାଗୁ ହୋଇଛି । ଏଭଳି ପରିସ୍ଥିତିରେ ଅକ୍ସିଜେନ ନେଇ ଯାଉଥିବା ଯାନ ଉପରେ କୌଣସି କଟକଣା ଅବା ପ୍ରତିବନ୍ଧକ ଯେପରି ଲାଗୁ ନହେବ ସେଥିପ୍ରତି ପରିବହନ ବିଭାଗ ଅଧିକାରୀଙ୍କୁ ଦ୍ରୁଷ୍ଟିଦେବାକୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସହରରେ ଅମ୍ଳଜାନ ପରିବହନ କରୁଥିବା ଯାନଗୁଡିକର ମାଗଣା ଗତିବିଧି ରହିବ । ଏହାଦ୍ବାରା ଅକ୍ସିଜେନ ଯୋଗାଣ ତ୍ବରାନ୍ବିତ ହୋଇପାରିବ ।
Powered by Froala Editor