ହସ୍ପିଟାଲ ଷ୍ଟୋର୍ ରୁମ୍ରୁ କୋଭିଡ୍ ଟିକା ଚୋରି
ହରିୟାଣା ଅନ୍ତର୍ଗତ ଜିନ୍ଦ୍ର ‘ପି. ପି. ସେଣ୍ଟର୍ ଜେନେରାଲ୍ ହସ୍ପିଟାଲ୍’ର ଷ୍ଟୋର୍ ରୁମ୍ରୁ ପ୍ରାୟ ୧,୭୧୦ ଡୋଜ୍ ‘କୋଭାକ୍ସିନ୍’ ଏବଂ ‘କୋଭିସିଲ୍ଡ୍’ ଟିକା ଚୋରି ହୋଇଛି । ଚୋରମାନେ ଷ୍ଟୋର୍ରୁମ୍ରୁ ଟିକା ବ୍ୟତୀତ ଅନ୍ୟ କୌଣସି ଔଷଧ କିଂବା ନଗଦ ଟଙ୍କା ନେଇ ନାହାନ୍ତି। ଅଭିଯୁକ୍ତମାନେ କେବଳ ଟିକା ନେବା ଉଦ୍ଦେଶ୍ୟରେ ହିଁ ଆସିଥିଲେ। ହସ୍ପିଟାଲ୍ କର୍ତ୍ତୃପକ୍ଷମାନେ ଷ୍ଟୋର୍ରୁମ୍ ନିକଟରେ କୌଣସି ‘ସିସିଟିଭି’ କ୍ୟାମେରା ଲଗାଇ ନ ଥିଲେ କି, ଟିକା ଚୋରି ରୋକିବାକୁ କୌଣସି ପ୍ରହରୀ ମୁତୟନ କରି ନଥିଲେ। ତେଣୁ ଚୋରଙ୍କ ବିଷୟରେ କିଛି ତଥ୍ୟ ମିଳିପାରିନାହିଁ । ପୁଲିସ ଏହି ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି । ଏହି ଚୋରି ପରେ ଜିଲ୍ଲାରେ ଆଉ କୋଭିଡ୍-୧୯ ଟିକା ନାହିଁ।
Powered by Froala Editor