ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆରଟିପିସିଆର ଓ ରାପିଡ ଆଣ୍ଟିଜେନ ଟେଷ୍ଟ ବାଧ୍ୟତା ମୂଳକ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଗାଇଡଲାଇନ ଜାରି ହୋଇଛି । ଗାଇଡଲାଇନ ଅନୁସାରେ ଶ୍ରଦ୍ଧାଳୁମାନେ ଆରଟି ପିସିଆର ଓ ରାପିଡ ଆଣ୍ଟିଜେନ ଟେଷ୍ଟ କରିବା ବାଧ୍ୟତା ମୂଳକ ରହିଛି। ଯାତ୍ରା କରିବାର ୭୨ ଘଣ୍ଟା ପୂର୍ବରୁ ଯାତ୍ରୀ ମାନେ ଏହି ଟେଷ୍ଟ କରିବା ଆବଶ୍ୟକ। କରୋନା ଗାଇଡ ଲାଇନ ମାନି କଡା କଟକଣାର ସହ ତୀର୍ଥଯାତ୍ରୀ ମାନେ ମା'ଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇପାରିବେ। ଯଦି କୋଭିଡ ଲକ୍ଷଣ ଦେଖାଯିବ ତେବେ ମନ୍ଦିର ପ୍ରବେଶରେ କଟକଣା ଲାଗିବ ବୋଲି ସୂଚନା ଦିଆଯାଇଛି ।
Powered by Froala Editor