ପୋତାଗଡ଼ ନଦୀଶଯ୍ୟାରୁ ପ୍ରାଚୀନ ମୂର୍ତ୍ତି ଠାବ
ଗଞ୍ଜାମ ଋଷିକୁଲ୍ୟା ମୁହାଣ ପାର୍ଶ୍ବ ପୋତାଗଡ଼ ପଛ ନଦୀଶଯ୍ୟା ନିକଟରୁ ତିନିଟି ପ୍ରାଚୀନ ପିତ୍ତଳ ମୂର୍ତ୍ତି ଠାବ କରାଯାଇଛି। ଦୁଇଟି ସପ୍ତଫଣୀ ସାପ, ଦୁଇଟି ଚନ୍ଦ୍ରଶେଖର ଓ ଶିବପାର୍ବତୀଙ୍କ ମୂର୍ତ୍ତି ମିଳିଛି। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଏହି ମୂର୍ତ୍ତିଗୁଡ଼ିକ ଶତାଧିକ ବର୍ଷ ପୁରାତନ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ଏହାକୁ ପୋତାଗଡ଼ର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା କର୍ମଚାରୀଙ୍କ ହେପାଜତରେ ରଖାଯାଇଛି।
ପୋତାଗଡ଼ରେ ନିୟୋଜିତ ସୁରକ୍ଷାକର୍ମୀ ସୁରିୟା ପ୍ରଧାନ, କାହ୍ନୁ ତରାଇ ଓ ପପୁ ପଣ୍ଡା ନଦୀଶଯ୍ୟାରେ ବୁଲୁଥିବା ସମୟରେ ପୋତାଗଡ଼ର ପଛଭାଗ ପାହାଚକୁ ଲାଗି ରହିଥିବା ନଦୀଶଯ୍ୟାରେ ମୂର୍ତ୍ତିଗୁଡ଼ିକ ଦେଖିବାକୁ ପାଇଥିଲେ।
Powered by Froala Editor