୬୮ ବର୍ଷ ପରେ ପୁଣି ଟାଟା ହାତେଇଲା ଏୟାର ଇଣ୍ଡିଆ
![୬୮ ବର୍ଷ ପରେ ପୁଣି ଟାଟା ହାତେଇଲା ଏୟାର ଇଣ୍ଡିଆ](https://odishanewslens.com/news_gallery/6848_1633711634.jpg)
ଦୀର୍ଘ ୬୮ ବର୍ଷ ପରେ ଟାଟା ଗ୍ରୁପ ଏୟାର ଇଣ୍ଡିଆକୁ ଫେରି ପାଇଛି। ସୂଚନା ଅନୁଯାୟୀ ଡିଆଇପିଏଏମ୍ ସଚିବ କହିଛନ୍ତି ଯେ ଟାଟା ସନ୍ସ ଟେଲ୍ସ ପ୍ରାଇଭେଟ ଲିମିଟେଡ୍ ୧୮ ହଜାର କୋଟି ଟଙ୍କାର ନିଲାମ ଡାକି ପୁଣି ଥରେ ଏୟାର ଇଣ୍ଡିଆକୁ ହାତକୁ ନେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଡିସେମ୍ବର ୨୦୨୧ ଶେଷ ସୁଦ୍ଧା ସମସ୍ତ ଅଧିଗ୍ରହଣ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି।
ଏୟାର ଇଣ୍ଡିଆ ବିଡ୍ ଜିତିବା ପରେ ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟା ଟ୍ୱିଟ୍ କରି ‘ଏୟାର ଇଣ୍ଡିଆକୁ ପୁଣି ସ୍ୱାଗତ’ ବୋଲି ଉଲ୍ଲେଖ କରିଛନ୍ତି। ତେବେ ଋଣ ବୋଝରେ ଭାରାକ୍ରାନ୍ତ ଏୟାର ଇଣ୍ଡିଆକୁ ପୁଣି ଥରେ ସ୍ୱଭାବିକ କରିବା ଲାଗି ଉଦ୍ୟମ କରିବାକୁ ହେବ ବୋଲି ସେ କହିଛନ୍ତି।
ପୂବର୍ରୁ ମଧ୍ୟ ଏୟାର ଇଣ୍ଡିଆ ଟାଟା ଗ୍ରୁପ୍କୁ ଫେରିବା ନେଇ ଖବର ପ୍ରକାଶ ପାଇଥିଲା। କିନ୍ତୁ କେନ୍ଦ୍ର ସରକାର ଏହା ଚୂଡାନ୍ତ ନିଷ୍ପତ୍ତି ନୁହେଁ ଏହା ଭୁଲ ତଥ୍ୟ ବୋଲି ଦର୍ଶାଇଥିଲେ। ଅନ୍ତିମ ନିଷ୍ପତ୍ତି ଆସିଲେ ଖବର ଜଣାଇ ଦିଆଯିବ ବୋଲି କେନ୍ଦ୍ର ସରକାର କହିଥିଲେ। ଗତ ସପ୍ତାହରେ ଖବର ମିଳିଥିଲା ଯେ, ୬୮ବର୍ଷ ପରେ ଏୟାର ଇଣ୍ଡିଆ ପୁଲିସ ଟାଟା ଗ୍ରୁପକୁ ହାତକୁ ଆସିବ। କିନ୍ତୁ ବିନିଯୋଗ ଏବଂ ସାର୍ବଜନୀନ ସମ୍ପତ୍ତି ପରିଚାଳନା ବିଭାଗ(ଡିଆଇପିଏଏମ)ର ସଚିବ ଏକ ଟୁଇଟ କରି ଏହି ଖବରକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ, କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଦୁବାଇରେ ଏକ ସମ୍ମିଳନୀରେ ଭାଷଣ ଦେଇ ଉପଯୁକ୍ତ ସମୟରେ ଏୟାର ଇଣ୍ଡିଆର ନୂତନ ମାଲିକଙ୍କ ନାମ ଘୋଷଣା କରାଯିବ ବୋଲି କହିଥିଲେ।
ଉଲ୍ଲେଖ ଯୋଗ୍ୟ ଯେ, ଜାହାଙ୍ଗୀର ରତନଜୀ ଦାଦାଭାଇ (ଜେ.ଆର.ଡି) ଟାଟା ୧୯୩୨ ମସିହାରେ ଏୟାର ଲାଇନସର ସ୍ଥାପନା କରିଥିଲେ। ସେବେ ଏହାକୁ ଟାଟା ଏୟାରଲାନ୍ସ କୁହାଯାଉଥିଲା। ଅନ୍ତର୍ଜାତୀୟ ସେବାରେ ଦେଶର ଏହା ସାର୍ବଜନିକ ଓ ଘରୋଇ ଭାଗିଦାରୀର ପ୍ରଥମ ଉପକ୍ରମ ଥିଲା। ଏଥିରେ ସରକାରଙ୍କର ୪୯ ପ୍ରତିଶତ ଭାଗିଦାରୀ ଥିବା ବେଳେ ଟାଟା ୨୫ ଓ ବାକି ଅଂଶିଦାରୀ ଦେଶର ଜନତାଙ୍କ ଥିଲା। ଏହା ପରେ ଏୟାର ଇଣ୍ଡିଆର ଘରୋଇ ଭାଗିଦାରୀ ସରକାର ହାତେଇ ନେଇଥିଲେ।
Powered by Froala Editor