ଆଫଗାନିସ୍ତାନରେ ଖାଦ୍ୟ ସଙ୍କଟ : ଭାରତକୁ ଗହମ ମାଗିଲା ଜାତିସଂଘ
ତାଲିବାନ ଅଧୀନକୁ ଆଫଗାନିସ୍ତାନ ଯିବା ପରେ ସେଠାରେ ଏବେ ଖାଦ୍ୟର ସଙ୍କଟ ଦେଖାଦେଇଛି । କିଛି ଦିନ ଧରି ସେଠାକାର ଖାଦ୍ୟ ରେଟ୍ ବଢିଚାଲିଛି । ସାଧାରଣ ଜିନିଷ ବି କିଣିବାକୁ ଲୋକଙ୍କ ପାଖରେ ଟଙ୍କା ନାହିଁ । ତେଣୁ ଆଫଗାନିସ୍ତାନକୁ ଗହମ ଯୋଗାଇବାକୁ ଭାରତକୁ କହିଛନ୍ତି ଜାତିସଂଘ । ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫ୍ପି)ର ଆଫଗାନିସ୍ତାନ ନିର୍ଦ୍ଦେଶକ ମେରୀ-ଏଲେନ ମ୍ୟାକ୍ଗ୍ରୋର୍ଟି ବୁଧବାର କହିଛନ୍ତି ଯେ, ଗତ ଦୁଇ ସପ୍ତାହ ହେଲା ଏ ବାବଦରେ ଭାରତ ସହ କଥାବାର୍ତ୍ତା ଚାଲିଛି ଏବଂ ଭାରତ ଖୁବ୍ଶୀଘ୍ର ସାହାଯ୍ୟ ଯୋଗାଇଦେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଆଫଗାନିସ୍ତାନବାସୀ ବର୍ତ୍ତମାନ ସମୂହ ଅନାହାରରେ ରହିବା ପରି ସ୍ଥିତିକୁ ଆସିଯାଇଥିବା ବେଳେ ଭାରତ ଗତବର୍ଷ ଯୋଗାଇ ଦେଇଥିବା ୭୫,୦୦୦ ଟନ୍ ଗହମ ଏ ବର୍ଷ ବି ଯୋଗାଇ ଦେବାକୁ ଜାତିସଂଘ ପକ୍ଷରୁ ଅନୁରୋଧ କରାଯାଇଛି।
Powered by Froala Editor