ପାର୍ବଣ ଋତୁରେ ମହଙ୍ଗା ମାଡ, ଅସହ୍ୟ ହେଉଛି ତେଲ ତାତି

ନୂଆଦିଲ୍ଲୀ: ପାର୍ବଣ ଋତୁରେ ମହଙ୍ଗା ମାଡ । ଅସହ୍ୟ ହେଉଛି ତେଲ ତାତି । ଦେଶରେ ଲଗାତାର ତୈଳ ଦର ବଢାଇ ଚାଲିଛନ୍ତି ସରକାରୀ ତୈଳ କମ୍ପାନୀ । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ସବୁଠୁ ଅଧିକ ଭାରତରେ ଦେଖାଯାଉଛି । ଆଜି ପୁଣି ଦେଶରେ ପେଟ୍ରୋଲ-ଡିଜେଲ ରେଟ୍ ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ପିଛା ୩୦ ପଇସା ବଢି ଥିବାବେଳେ ୩୫ ପଇସା ବଢିଛି ଡିଜେଲ । ଲଗାତାର ଏହି ତୈଳ ଦରରେ ୩୦-୩୫ ପଇସା ବୃଦ୍ଧି ସହ ରେଟ୍ ରେକର୍ଡ ସ୍ତରରେ ପହଞ୍ଚିଛି ।
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୩.୨୪ ଟଙ୍କା ଏବଂ ମୁମ୍ବାଇରେ ୧୦୯.୨୫ ଟଙ୍କାରେ ପହଞ୍ଚିଛି । ଯଦି ଦେଶର ଚାରି ମହାନଗର କଥା କହିବା, ସବୁଠୁ ମୁମ୍ବାଇରେ ରେଟ୍ ଅଧିକ ରହିଛି । ସେହିପରି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧ୍ରପ୍ରେଦଶ, ତେଲେଙ୍ଗାନା, କର୍ଣ୍ଣାଟକ, ଓଡିଶା, ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ପେଟ୍ରୋଲ ରେଟ୍ ସେଞ୍ଚୁର ପାର୍ କରିଛି । ସ୍ଥାନୀୟ ଟିକସ ଆଧାରରେ ବିଭିନ୍ନ ସ୍ଥାନରେ ଦର ଭିନ୍ନ ଭିନ୍ନ ରହିଛି ।ସେପ୍ଟେମ୍ବର ୨୪ ତାରିଖରୁ ଏ ପର୍ୟ୍ୟନ୍ତ ଡିଜେଲ ଦର ୩ ଟଙ୍କା ୧୫ ପଇସା ଏବଂ ପେଟ୍ରୋଲ ୨ ଟଙ୍କା ୧୦ ପଇସା ମହଙ୍ଗା ହୋଇଛି । ଅକ୍ଟୋବର ଆରମ୍ଭରୁ ଗୋଟିଏ ଦିନ ବ୍ୟତୀତ ବାକି ସବୁ ଦିନ ଦର ବୃଦ୍ଧି ପାଇଛି ।
Powered by Froala Editor