ମହାଳୟା ଶ୍ରାଦ୍ଧ ଅବସରରେ ବିନ୍ଦୁ ସାଗରରେ ଲାଗିଲା କଟକଣା
ଭୁବନେଶ୍ଵର : ମହାଳୟା ଶ୍ରାଦ୍ଧ ଅବସରରେ ବିନ୍ଦୁ ସାଗରରେ ଲାଗିଲା କଟକଣା। ବିଏମସି ଜାରି କଲା ନୂଆ ତଥା ସ୍ୱତନ୍ତ୍ର ଗାଇଡ଼ଲାଇନ। ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ମନା। ସଂକ୍ରମଣ ବୃଦ୍ଧି ଆଶଙ୍କାରେ କଟକଣା ଲାଗୁ ହୋଇଛି। ବୁଧବାର ମହାଳୟା ଶ୍ରାଦ୍ଧ ଥିବାବେଳେ ଏହି ନିଷ୍ପତ୍ତି ହୋଇଛି।
ସେପଟେ ବିବାହ, ବ୍ରତ ଓ ଶୁଦ୍ଧିକାର୍ୟ୍ୟ ପାଇଁ ବିଏମସିର ଗାଇଡ଼ଲାଇନରେ ସାମାନ୍ୟ କୋହଳ। ପରିବର୍ତ୍ତିତ ଗାଇଡ଼ଲାଇନ ଜାରି ହୋଇଛି। ଆସନ୍ତା ୩୧ ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ ଏହି ନୂତନ ଗାଇଡ଼ଲାଇନ। ୫୦ ଜଣଙ୍କ ମଧ୍ୟରେ ସୀମିତ ରହିବ ଉତ୍ସବ। ୬ ଫୁଟ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ। ବିଏମସିର ପୂର୍ବ ଗାଇଡ଼ ଲାଇନକୁ ବିଭିନ୍ନ ସଂଗଠନ ବିରୋଧ କରିଥିଲେ।
Powered by Froala Editor