ନବୀନଙ୍କୁ ଚିଠି ଲେଖିଲେ ତାମିଲନାଜୁ ସିଏମ ଏମକେ ଷ୍ଟାଲିନ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ତାମିଲନାଜୁ ସିଏମ ଏମକେ ଷ୍ଟାଲିନ । NEET ସମ୍ପର୍କରେ ଏହି ଚିଠି ଲେଖାଯାଇଛି । ଓଡିଶା ସମେତ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଷ୍ଟାଲିନ ଲେଖିଛନ୍ତି ଚିଠି । ଜାତୀୟ ସ୍ତରର ମେଡିକାଲ ପ୍ରବେଶିକା ପରୀକ୍ଷା NEET ବିରୋଧରେ ସ୍ବର ଉଠାଉଛନ୍ତି ତାମିଲନାଡୁ ସରକାର ।ଖୁବ ଶୀଘ୍ର ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି କହିଛନ୍ତି ଷ୍ଟାଲିନ । ଏଥିରେ ଓଡିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଦିଲ୍ଲୀ, ଝାଡଖଣ୍ଡ, କେରଳ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଗୋଆ ମୁଖ୍ୟମନ୍ତ୍ରୀ ସାମିଲ ଅଛନ୍ତି । ଚିଠିରେ ସାମାଜିକ ସ୍ତରରେ ପଞ୍ଚିତ ଛାତ୍ରଛାତ୍ରୀଙ୍କ ଉପରେ ନୀଟ୍ ପରୀକ୍ଷାର ପ୍ରଭାବ ସମ୍ପର୍କରେ ଅଧ୍ୟୟନ କରିଥିବା ଏକେ ରଞ୍ଜନ କମିଟିର ରିପୋର୍ଟକୁ ଯୋଡିଛନନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ।ନିକଟରେ NEET ପରୀକ୍ଷା ପର୍ବରୁ ଆଶାୟୀ ମେଡିକାଲ ଛାତ୍ରଙ୍କ ମୃତ୍ୟୁ ମାମଲାକୁ ନେଇ ତାମିଲନାଡୁ ବିଧାନସଭାରେ ଜୋରଦାର ହଙ୍ଗାମା ହୋଇଥିଲା । ଘଟଣା ପରେ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇ ନିଟ୍ ପରୀକ୍ଷା ରଦ୍ଦ କରିବା ପାଇଁ ବିଧାନସଭାରେ ପାରିତ କରିଥିଲେ ଏକ ବିଧେୟକ । ଏମବିବିଏସ/ବିଡିଏସ ପ୍ରବେଶିକା ପରୀକ୍ଷା ପାଇଁ ଦ୍ବାଦଶ ବୋର୍ଡ ପରୀକ୍ଷା ରେଜଲ୍ଟ ଆଧାରରେ ଆଡମିଶନ ହେବ ବୋଲି ବିଧେୟକରେ କୁହାଯାଇଥିଲା ।NEET ପରୀକ୍ଷା ପୂର୍ବରୁ ଜଣେ ୨୦ ବର୍ଷୀୟ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ପରୀକ୍ଷା ପୂର୍ବରୁ ଦାନୁଶ ଏପରି ଚରମ ନିଷ୍ପତ୍ତି ନେଇଥିଲେ । ଘଟଣା ସାମ୍ନାକୁ ଆସିବା ପରେ ଛାତ୍ର ମୃତ୍ୟୁକୁ ନେଇ ତାମିଲନାଡୁରେ ସରଗର ହୋଇଉଠିଥିଲା ରାଜ୍ୟ ରାଜନୀତି । NEET ପରୀକ୍ଷାରେ କେନ୍ଦ୍ର ସରକାରଙ୍କ ଅପାରଗତା ଦର୍ଶାଇବା ସହ ଏହା ବିରୋଧରେ ଏକ ବିଲ ଆଣିବାକୁ ଘୋଷଣା କରିଥିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ।
Powered by Froala Editor