ଓଡିଶା ହାଇକୋର୍ଟରେ ନିଯୁକ୍ତି ପାଇବେ ୪ ନୂଆ ବିଚାରପତି
କଟକ : ଓଡିଶା ହାଇକୋର୍ଟରେ ୪ ନୂଆ ବିଚାରପତି ନିଯୁକ୍ତି ପାଇବେ । ସୁପ୍ରିମକୋର୍ଟ କଲେଜିୟମ ୪ ଜଣଙ୍କୁ ନୂତନ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ମଂଜୁରୀ ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ବାରରୁ ଆସିଥିବାବେଳେ ଆଉ ୨ ଜଣ ଜୁଡ଼ିସିଆଲ ଅଫିସର ଅଛନ୍ତି ।
ବାରରୁ ବରିଷ୍ଠ ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର ଓ ମୃଗାଙ୍କ ଶେଖର ସାହୁ ବିଚାରପତି ଭାବେ ନିଯୁକ୍ତି ପାଇବାର ଥିବାବେଳେ ଜୁଡ଼ିସିଆଲ ଅଫିସର ଶଶୀକାନ୍ତ ମିଶ୍ର ଓ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ବିଚାରପତି ଭାବେ ନିଯୁକ୍ତି ଦିଆଯିବ । ସେମାନେ କେଉଁଦିନ ଶପଥ ଗ୍ରହଣ କରି ଦାୟିତ୍ୱ ନେବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ନୂତନ ବିଚାରପତି କାର୍ଯ୍ୟରେ ଯୋଗଦାନ କରିବା ପରେ ହାଇକୋର୍ଟରେ ବିଚାରପତି ଅଭାବ ସମସ୍ୟା ଦୂରୀଭୂତ ହୋଇପାରିବ । ବିଚାରପତିଙ୍କ ଅଭାବ ଯୋଗୁଁ ମକଦ୍ଧମାଗୁଡ଼ିକର ତ୍ୱରିତ ସମାଧାନ ହୋଇପାରୁନଥିଲା ।
Powered by Froala Editor