ସତର୍କ କରାଇଲେ କଟକ ଡ଼ିସିପି , ପାର୍ବଣରେ ଚାନ୍ଦା ମାଗୁଥଲେ କାର୍ୟ୍ୟାନୁଷ୍ଠାନ
କଟକ:ଆଗକୁ ଆସୁଥିବା ପାର୍ବଣ ସମୟକୁ ଦୃଷ୍ଟିରେ ରଖି ସତର୍କ କରାଇଲେ କଟକ ଡ଼ିସିପି । ଚାନ୍ଦା ମାଗୁଥିବା ଲୋକଙ୍କ ବାବଦରେ ସୁଚନା ଦେବାକୁ ଅପିଲ୍ କଲେ ଡ଼ିସିପି ପ୍ରତୀକ ସିଂ । ଜୋରଜବରଦସ୍ତି ଚାନ୍ଦା ମାଗୁଥଲେ ସୁଚନା ଦେବାକୁ ମଧ୍ୟ କୁହାଯାଇଛି ।
କୌଣସି ଅଭିଯୋଗ ଆସିଲେ ଚାନ୍ଦା ମାଗୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁଚନା ଦିଆଯାଇଛି । ଏଥି ସହିତ ସୁଚନାକାରୀଙ୍କ ନାଁକୁ ସମ୍ପୁର୍ଣ୍ଣ ଭାବେ ଗୋପନୀୟ ରଖାଯିବ ।
ସୁଚନା ଅନୁସାରେ ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ପାର୍ବଣ ରୁତୁ । ମା’ଙ୍କ ପୁଜାର୍ଚ୍ଚନା ମଧ୍ୟ ଖୁବ୍ ଧୁମ୍ ଧାମ୍ରେ ପାଳନ କରାଯିବ । କରୋନା ଗାଇଡଲାଇନ୍ କୁ ପାଳନ କରି ଭକ୍ତମାନେ ସ୍ୱଚକ୍ଷ୍ୟୁରେ ମାଙ୍କ ଦର୍ଶନ କରିବେ କିନ୍ତୁ ଏହାରି ଭିତରେ କିଛି ଅସାମାଜିକ ବ୍ୟକ୍ତି ପୂଜା କମିଟିର ସଦସ୍ୟ କହି ଲୋକଙ୍କ ଠାରୁ ଜୋରଜବଦସ୍ତି ପୁଜା ଚାନ୍ଦା ଆଦାୟ କରିବାର ଦେଖିବାକୁ ମିଳୁଛି । ଏହି ଘଟଣାରେ କଟକରେ କାଲି ଦୁଇ ଜଣଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଥିଲା ।
Powered by Froala Editor