୪୫ ଓଏଏସଙ୍କ ବଦଳି
ଭୁବନେଶ୍ୱର: ରାଜ୍ୟ ସରକାର ୩୧ ଜଣ ବିଡିଓଙ୍କ ସମେତ ମୋଟ ୪୫ ଜଣ ଓଏଏସ ଅଫିସରଙ୍କ ବଦଳି କରିଛନ୍ତି ।ପଞ୍ଚାୟତିରାଜ ବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ଦୁଇଟି ଭିନ୍ନ ଭିନ୍ନ ବିଜ୍ଞପ୍ତିରେ ଏହି ୪୫ ଜଣ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି ।
ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ମୋଟ ୩୧ଟି ବ୍ଲକରେ ନୂଆ ବିଡିଓଙ୍କୁ ଅବସ୍ଥାପିତ କରାଯାଇଥିବା ବେଳେ ଅନ୍ୟ ୭ ଜଣ ଓଏଏସଙ୍କୁ ତହସିଲଦାର ଓ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି । ସେହିପରି ସାଧାରଣ ପ୍ରଶସାନ ବିଭାଗର ବିଜ୍ଞପ୍ତି ଅନୁସାରେ, ନୂଆଦିଲ୍ଲୀରେ ଯୁଗ୍ମ ଆବାସିକ କମିଶନର ପ୍ରେମଜିତ ନାୟକଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବା ବେଳେ ହେମନ୍ତ କୁମାର ସିଂଙ୍କୁ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ, ପୁଣ୍ୟରଞ୍ଜନ ପୃଷ୍ଟିଙ୍କୁ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।
ସେହିପରି ଶ୍ରୀରାମ କ୍ରିଷ୍ଣାଙ୍କୁ ନୂଆଦିଲ୍ଲୀସ୍ଥିତ ଯୁଗ୍ମ ଆବାସିତ କମିଶନର, ନୀଳମାଧବ ଭୋଇଙ୍କୁ ଛତ୍ରପୁର ଉପଜିଲ୍ଲାପାଳ, ସରୋଜ କୁମାର ଦାଶଙ୍କୁ ରାଇରଙ୍ଗପୁର ଉପଜିଲ୍ଲାପାଳ ଓ ଦେବଦତ୍ତ ମହାନ୍ତିଙ୍କୁ କରଞ୍ଜିଆ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଭାବେ ବଦଳି କରାଯାଇଛି ।
Powered by Froala Editor