ପାଚିଲା କଦଳୀ ଅଧିକ ଦିନ ଭଲ ରହିବାର ଉପାୟ ଜାଣନ୍ତୁ....
ପ୍ରାୟତଃ ପାଚିଲା କଦଳୀ ଖାଇବାକୁ ଅଧିକାଂଶ ଲୋକେ ପସନ୍ଦ କରନ୍ତି । ହେଲେ ପାଚିଲା କଦଳୀ ଅଧିକ ଦିନ ଭଲ ରହି ନଥାଏ । କିଛି ଦିନ ପରେ ଧିରେ ଧିରେ ତାହା ନଷ୍ଟ ହେବା ଆରମ୍ଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଘରେ ଅଧିକ ଦିନ ପାଚିଲା କଦଳୀ ଭଲ ରଖିବାର ସହଜ ଉପାୟ ସମ୍ପର୍କରେ ।
-ପାଚିଲା କଦଳୀକୁ ଆଣି ପ୍ରଥମେ କଦଳୀର ଡେମ୍ଫକୁ ଆଲୁମିନିୟମ ଫଏଲରେ ଗୁଡାଇ, ତାପରେ ଏକ ପାଛିଆରେ ଟିସୁ ପେପର ପକାଇ, ତା ଉପରେ ରଖିବା ଦ୍ବାରା, ଏହା ଶୀଘ୍ର ନଷ୍ଟ ନହୋଇ ଅଧିକ ଦିନ ଭଲ ରହିଥାଏ ।
-କଦଳୀକୁ ଟାଙ୍ଗିବା ପାଇଁ ମିଳୁଥିବା ହ୍ୟାଙ୍ଗର ଆଣି, ସେଥିରେ କଦଳୀକୁ ଟାଙ୍ଗି ରଖିବା ଦ୍ବାରା, ଏହା ଶୀଘ୍ର ନଷ୍ଟ ହୋଇ ନଥାଏ ।
-ଭୂଲରେ ବି ଫ୍ରିଜରେ କଦଳୀ ରଖନ୍ତୁ ନାହିଁ । କାରଣ ଫ୍ରିଜରେ ରଖିବା ଦ୍ବାରା, କଦଳୀ ଶୀଘ୍ର ନଷ୍ଟ ହୋଇଥାଏ । ଏହାକୁ ସବୁବେଳେ ଖୋଲା ସ୍ଥାନରେ ରଖିବା ଭଲ ।
-ପ୍ଲାଷ୍ଟିକ୍ ବ୍ୟାଗରେ କଦଳୀ ଆଣିଥିଲେ, ତୁରନ୍ତ ତାକୁ ପ୍ଲାଷ୍ଟିକ୍ ବ୍ୟାଗରୁ କାଢି ରଖିବେ ।
Powered by Froala Editor